Odia News Portal

କରୋନାକୁ ଭୟକରି ବନ୍ଦ କଲେ ଶୁଟିଂ

ମୁମ୍ବାଇ() ସାରା ଦେଶରେ ଏବେ କରୋନା ଭାଇରସର ଭୟ। ଦବଙ୍ଗ ଖାନ୍ ବି କରୋନା ଭାଇରସ୍ ଭୟରେ ଆତଙ୍କିତ ହୋଇପଡ଼ିଛନ୍ତି। ସଲମାନଙ୍କ ଫିଲ୍ମ ‘ରାଧେ’ର କିଛି ଅଂଶ ଥାଇଲାଣ୍ଡରେ ଶୁଟିଂ ହେବାର ଥିଲା। ହେଲେ କରୋନା ଭାଇରସର ଭୟ ଯୋଗୁ ଏହି ଶୁଟିଂ ଉପରେ ରୋକ ଲଗାଇ ଦିଆଯାଇଛି। ଅବଶ୍ୟ ଏ ନେଇ ସଲମାନ କି ତାଙ୍କ ଟିମ୍ କୌଣସି ଘୋଷଣା କରିନାହାଁନ୍ତି। ତେବେ ଶୁଣିବାକୁ ମିଳୁଛି ଯେ ଯେଉଁ ସିନ ଗୁଡିକ ଥାଇଲାଣ୍ଡରେ ଶୁଟ୍ ହେବାର ଥିଲା, ସେଗୁଡ଼ିକ ଏବେ ମୁମ୍ବାଇରେ ହିଁ ଶୁଟ୍ କରାଯିବ। କିଛି ଦିନ ତଳେ ସଲମାନ ନିଜର ଏକ ଫୋଟୋ ଶେଆର କରି କରୋନା ଭାଇରସରୁ ରକ୍ଷା ପାଇବା ପାଇଁ କିଛି ଟିପ୍ସ ଶେଆର କରିଥିଲେ। ଏଥିରେ ସେ ଜିମରେ ସର୍ଟ ଲେସ ହୋଇ ହାତ ଯୋଡ଼ି ନମସ୍କାର କରୁଥିବା ପୋଜରେ ନଜର ଆସିଥିଲେ। ଫଟୋ ଶେଆର କରି ସଲମାନ ଲେଖିଥିଲେ, ‘ନମସ୍କାର, ଆମ ସଭ୍ୟତାରେ ନମସ୍କାର ଓ ସଲାମ୍ ଅଛି, ଯେବେ କରୋନା ଭାଇରସ୍ ଶେଷ ହୋଇଯିବ ସେତେବେଳେ ହାତ ମିଳାଇବେ ଓ ଆଲିଙ୍ଗନ କରିବେ।’