Odia News Portal

ହିମାଳୟ ପକ୍ଷରୁ ମହିଳାଙ୍କ ପାଇଁ ସ୍କିନକେୟାର୍ ଟିପ୍ସ

ଭୁବନେଶ୍ୱର: ନୂଆ କରି ମାତୃତ୍ୱ ଲାଭ କରିଥିବା ମହିଳାମାନଙ୍କ ପାଇଁ ଶୀତ ଦିନରେ ନିଜ ତ୍ୱଚାର ଉପଯୁକ୍ତ ଯତ୍ନ ନେବା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କାରଣ ଏହି ସମୟରେ ତ୍ୱଚାର ନମନୀୟତା କମ୍ ହେବା ଦ୍ୱାରା ଏହା ଅତ୍ୟଧିକ ଶୁଷ୍କ ଓ ତେଜହୀନ ହୋଇଯାଏ । ହିମାଳୟା ଡ୍ରଗ୍ କମ୍ପାନୀର ଆୟୁର୍ବେଦ ବିଶେଷଜ୍ଞ ଡଃ ସୁଭାଷିନୀ ଏନ୍ ଏସ୍ ନୂଆ କରି ମାତୃତ୍ୱ ଲାଭ କରିଥିବା ମହିଳାମାନଙ୍କୁ ନିଜ ତ୍ୱଚାକୁ ହାଇଡ୍ରେଟ୍ ଓ ମଏଶ୍ଚରାଇଜ୍ କରିବା ପାଇଁ ବ୍ୟବହାର କରୁଥିବା ଉତ୍ପାଦଗୁଡିକୁ ଯତ୍ନ ସହ ଚୟନ କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରାକୃତିକ ଉପାଦାନରେ ନିର୍ମିତ ଓ କୌଣସି ପ୍ରକାରର ରସାୟନ ବ୍ୟବହାର ହୋଇନଥିବା ଉତ୍ପାଦଗୁଡିକୁ ଚୟନ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ ।

ନିକଟରେ ମା’ ହୋଇଥିବା ମହିଳାମାନଙ୍କ ସହ ସ୍ନାନ ଓ ସ୍ନାନ ପରର ରୁଟିନ୍ ସମ୍ପର୍କରେ ଆଲୋଚନା କରି ଡଃ ସୁଭାଷିନି କହିଛନ୍ତି ଯେ, “ଭର୍ଜିନ୍ କୋକୋନଟ୍ ଅଏଲ୍‌, କୋକୋଆ, ମ୍ୟାଙ୍ଗୋ ବଟର୍ ଭଳି ଉପାଦାନ ଥିବା ମଏଶ୍ଚର-ରିଚ୍ କ୍ଲିନ୍‌ଜର ବ୍ୟବହାର କରିବା ଦ୍ୱାରା ତାହା ଶୁଷ୍କ ତ୍ୱଚାରୁ ମୁକ୍ତି ଦେଇଥାଏ । ଏଥିସହିତ ଅରୋମା ଥେରାପିଯୁକ୍ତ ସାବୁନର ବ୍ୟବହାର ମଧ୍ୟ ଉଭୟ ନୂଆ କରି ମାତୃତ୍ୱ ଲାଭ କରିଥିବା ଓ ଗର୍ଭବତୀ ମହିଳାମାନଙ୍କ ଶରୀର ପାଇଁ ଲାଭଦାୟକ ହୋଇଥାଏ । କୋକୋଆ ବଟର୍ ଓ ଗ୍ଲିସେରିନ୍‌ର ସୁଗୁଣରେ ଭରପୂର ଏକ ବଡି ବଟର୍ ମଧ୍ୟ ଲୋସନ୍ ତୁଳନାରେ ଅଧିକ ପ୍ରଭାବୀ ରୂପେ ତ୍ୱଚାକୁ ନରମ ଓ ହାଇଡ୍ରେଟ୍ କରିଥାଏ । ସତେଜ ସୁଗନ୍ଧଯୁକ୍ତ ବଡି ବଟର୍‌ଗୁଡିକ ମାତୃତ୍ୱ ଲାଭ କରିଥିବା ମହିଳାମାନଙ୍କ ମସ୍ତିଷ୍କକୁ ଶାନ୍ତ, ତେଜମୟ ଓ ଅପ୍‌ଲିଫ୍ଟ ରଖିବାରେ ସହାୟକ ହୋଇଥାଏ ।

ଡଃ ସୁଭାଷିନି ଏହି ମହିଳାମାନଙ୍କୁ ମାଲିସ୍ ବା ମସାଜ୍ କରାଇବା ପାଇଁ ପରାମର୍ଶ ଦେଇଛନ୍ତି କାରଣ ଏହା ଗର୍ଭାବସ୍ଥା ପରେ ଶରୀରକୁ ପୁଣିଥରେ ସୁସ୍ଥ ହେବା, ଚାପ ଦୂର କରିବା ଓ ରକ୍ତ ସଂଚାଳନକୁ ତତ୍ପର କରିବା ପାଇଁ ଏକ ସିଦ୍ଧ ଉପାୟ ଅଟେ । ଆଲୋଭେରାର ସୁଗୁଣ ଥିବା ଏକ ଟୋନିଙ୍ଗ୍ ମସାଜ୍ ଅଏଲ୍ ତ୍ୱଚାକୁ ନରମ କରିବା ସହ ଅଶ୍ୱଗନ୍ଧା ଏକ ସୁସ୍ଥ ତ୍ୱଚା ବଜାୟ ରଖିଥାଏ । ଆରମ୍ଭରେ ସ୍ତନ୍ୟପାନ ସମୟରେ ମା’ ମାନେ ସ୍ତନାଗ୍ର ଓ ଏହାର ଆଖପାଖ ତ୍ୱଚା ଶୁଷ୍କ ହେଉଥିବା ତଥା ଫାଟୁଥିବା ଅନୁଭବ କରିପାରନ୍ତି । ତେଣୁ ଭର୍ଜିନ୍ କୋକୋନଟ୍ ଅଏଲ୍ ଥିବା ଏକ ନିପ୍ପଲ କେୟାର ବଟର୍‌ର ବ୍ୟବହାର କରିବା ଦ୍ୱାରା ତାହା ତ୍ୱଚାକୁ ଶୁଷ୍କ ହେବାରୁ ରୋକିଥାଏ ଓ କୋକମ୍ ବଟର୍ ତ୍ୱଚାକୁ ଭଲଭାବେ ମଶ୍ଚରାଇଜ୍ କରିବାରେ ସହାୟକ ହୋଇଥାଏ । ଏକ ଭଲ ସ୍କିନ୍‌କେୟାର ରୁଟିନ୍ ସହ ଡଃ ସୁଭାଷିନି ନୂଆ କରି ମା’ ହୋଇଥିବା ମହିଳାମାନଙ୍କୁ ହେଲ୍‌ଦି ଫ୍ୟାଟ୍ ଥିବା ସନ୍ତୁଳିତ ଓ ପୌଷ୍ଟିକ ଆହାର ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।