Odia News Portal

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପଥରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ

ଝାରଖଣ୍ଡ()  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପଥରେ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ । ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓ କଂଗ୍ରେସର ମେଣ୍ଟ ସରକାର ନିଜର ପ୍ରଥମ ବଜେଟ୍(୨୦୨୦-୨୧)ରେ ଶିକ୍ଷା, ସ୍ଵାସ୍ଥ୍ୟ ଓ ବିଜୁଳି ଉପରେ ଧ୍ୟାନ ଦେଇଛନ୍ତି। ଦିଲ୍ଲୀ ପରି ଝାରଖଣ୍ଡରେ ୧୦୦ ୟୁନିଟ୍ ବିଜୁଳି ମାଗଣା ଏବଂ ରାଜ୍ୟରେ ମୋହଲ୍ଲା କ୍ଲିନିକ ଖୋଲିବାକୁ ମଧ୍ୟ ପ୍ରାବଧାନ କରିଛନ୍ତି।

ଝାରଖଣ୍ଡର ଅର୍ଥମନ୍ତ୍ରୀ ରାମେଶ୍ଵର ଉରାଉଁ ମଙ୍ଗଳବାର ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ୨୦୨୦-୨୧ର ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି। ୮୬ ହଜାର ୩୭୦ କୋଟି ଟଙ୍କାର ବଜେଟରେ ୧୩,୦୫୪.୦୬ କୋଟି ଟଙ୍କା ପୁଞ୍ଜିଗତ ବ୍ୟୟ ଓ ୭୩, ୩୧୫.୯୪ କୋଟି ଟଙ୍କା ରାଜସ୍ଵ ବ୍ୟୟ ରଖାଯାଇଛି। ନୂତନ ଆର୍ଥିକ ବର୍ଷରେ ବିକାଶ ହାର ଆଠ ପ୍ରତିଶତ ରଖିବାକୁ ଲକ୍ଷ୍ୟ ରଖାଯାଇଛି। ଅର୍ଥମନ୍ତ୍ରୀ ଉରାଉଁ ବଜେଟରେ ଶିକ୍ଷା, ସ୍ଵାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି।

ଦିଲ୍ଲୀ ପରି ଝାରଖଣ୍ଡରେ ୧୦୦ ୟୁନିଟ ବିଜୁଳି ବ୍ୟବହାର କରୁଥିବା ଲୋକଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦେବାକୁ ବଜେଟରେ ବ୍ୟବସ୍ଥା କରାଯାଇଛି।