Odia News Portal

କ୍ୟାଟ୍ରିନା କୈଫ ପିନ୍ଧିଲେ ମହଙ୍ଗା ଗାଉନ୍, ଦାମ୍ ଜାଣିଲେ ଉଡିଯିବ ହୋସ୍

ମୁମ୍ବାଇ : ଫେମିନା ବ୍ୟୁଟି ଆୱାର୍ଡ୍ସ ୨୦୨୦ରେ ଅନେକ ବଲିଉଡ ଷ୍ଟାର୍ସ ସାମିଲ ହୋଇଛନ୍ତି । ଆୱାର୍ଡ୍ସରେ ବଲିଉଡ ଷ୍ଟାରଙ୍କ ଭିନ୍ନ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ବ୍ୟୁଟି ଆୱାର୍ଡ୍ସ ପାଇଁ କ୍ୟାଟ୍ରିନା କୈଫଙ୍କଠୁ ଆରମ୍ଭ ଅନନ୍ୟା ପାଣ୍ଡେଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସୁନ୍ଦର ଲୁକ୍ ଦେଖିବାକୁ ମିଳିଥିଲା । ତେବେ ସବୁଠାରୁ ଅଧିକ ଚର୍ଚ୍ଚା କ୍ୟାଟ୍ରିନାଙ୍କ ଆଉଟଫିଟର ଦାମକୁ ନେଇ ହେଉଛି । ଯଦିଓ କ୍ୟାଟ୍ରିନା ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍ ରୁହନ୍ତିନାହିଁ ତେବେ ତାଙ୍କ ଫଟୋ ଓ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

ଏବେ କ୍ୟାଟ୍ରିନା ନିଜ ହ୍ୱାଇଟ୍ ଗାଉନର ଦାମକୁ ନେଇ ଚର୍ଚ୍ଚାରେ । ନିକଟରେ କ୍ୟାଟ୍ରିନା ୧୮ ଫେବୃୟାରୀରେ ଆୟୋଜିତ ଫେମିନା ବ୍ୟୁଟି ଆୱାର୍ଡ ଶୋର ଅଂଶ ଥିଲେ । କ୍ୟାଟ୍ରିନା ହ୍ୱାଇଟ୍ ହ୍ୱାଇଟ୍ କଲରର ଗାଉନ୍ ପିନ୍ଧିଥିଲେ । ଆଉଟଫିଟରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ଏହି ସୁନ୍ଦର ହ୍ୱାଇଟ୍ ଗାଉନର ଦାମ୍ ଶୁଣି ଆପଣଙ୍କ ହୋସ୍ ଉଡିଯିବ । ସୂଚନା ଅନୁସାରେ ଡିଜାଇନର Alex Perry ଙ୍କ ଏହି ଡ୍ରେସ୍ ୧,୯୩,୪୬୪ ଟଙ୍କା । କହିରଖୁଛୁ ଏହି ଆୱାର୍ଡ ଶୋରେ କ୍ୟାଟ୍ରିନାଙ୍କୁ ତାଙ୍କ କମ୍ପାନୀ ‘Kay-beauty’ ପାଇଁ ପ୍ରଥମ ଆୱାର୍ଡ ମିଳିଲା । ଏହି ଖୁସିକୁ କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । କ୍ୟାଟ୍ରିନା କୈଫଙ୍କ ଏହି ଫଟୋକୁ ଫ୍ୟାନ୍ସ ଖୁବ୍ ରିଆକ୍ଟ କରୁଛନ୍ତି ଏବଂ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

ୱର୍କ ଫ୍ରଣ୍ଟ କଥା କହିବା ତ ଶେଷ ଥର ପାଇଁ କ୍ୟାଟ୍ରିନା କୈଫ ସଲମାନଙ୍କ ସହ ଫିଲ୍ମ ‘ଭାରତ’ରେ ନଜର ଆସିଥିଲେ । ଫିଲ୍ମରେ କ୍ୟାଟ୍ରିନାଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ । ଏବେ କ୍ୟାଟ୍ରିନା ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ । ଏହି ଫିଲ୍ମ ମାର୍ଚ୍ଚ ୨୭ରେ ରିଲିଜ ହେବ ।