ଗୁରୁବାର ଦିନଟି ଗୁରୁକୃପା ପାଇବାର ଦିନ । ଏହି ଦିନରେ ଲୋକମାନେ ନିଜ ଗୁରୁଙ୍କ ବିଶେଷ ଆରାଧନା କରନ୍ତି । ଅଧିକାଂଶ ଲୋକ ସିରିଡିର ସାଇ ବାବା ଙ୍କ ଆରାଧନା ମଧ୍ୟ କରନ୍ତି ଏବଂ ତାଙ୍କ କୃପା ପାଇ ସବୁ ସମସ୍ୟାରୁ ମୁକ୍ତି ପାଇଥାନ୍ତି।
ଗୁରୁଗ୍ରହରେ ପୀଡିତ ବ୍ୟକ୍ତି ଗୁରୁବାର ଦିନ ସକାଳୁ ସ୍ନାନ କରିବା ଜଳରେ ଚିମୁଟାଏ ହଳଦୀ ପକାଇ ସ୍ନାନ କରିବେ।
ଜଦି ସମ୍ଭବ ହେବ ତାହେଲେ ଗୁରୁବାର ଦିନ ଉପବାସ ରହିବେ ଏବଂ ହଳଦିଆ ବସ୍ତ୍ର ପରିଧାନ କରିବେ, ବିନା ଲୁଣରେ ତିଆରି ଖାଦ୍ୟ ଭୋଜନ କରିବେ।
ଶୀଘ୍ର ବିବାହ ପାଈଁ ଗୁରୁବାର ଦିନ ଗାଈକୁ ଦୁଇଟି ଅଟା ଗୁଳାରେ ଅଳ୍ପ ହଳଦୀ ଲଗେଇ ଖୁଆଇବେ, ସାଥିରେ ଅଳ୍ପ ଗୁଡ଼ ଏବଂ ମୁଗର ଭୋଗ ମଧ୍ୟ ଗାଈକୁ ଲଗାଇବେ ଶୀଘ୍ର ହିଁ ବିବାହ ଯୋଗ ହୋଇଯିବ।