Odia News Portal

କ୍ରିକେଟକୁ ଅଲବିଦା କହିଲେ ପ୍ରଜ୍ଞାନ ଓଝା

ଭୁବନେଶ୍ୱର : ଓଝା ଅନ୍ତର୍ଜାତୀୟ ଓ ପ୍ରଥମଶ୍ରେଣୀ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ। ଅବସର ସମ୍ପର୍କିତ ଚିଠି ବିସିସିଆଇକୁ ପଠାଇଥିଲେ ପ୍ରଜ୍ଞାନ। ପ୍ରଜ୍ଞାନ ଟ୍ବିଟରରେ ଏକ ପୋଷ୍ଟ ମାଧ୍ୟମରେ ମଧ୍ୟ ଏହି ସମ୍ପର୍କରେ ଜଣାଇଥିଲେ। ନିଜର ଟ୍ଵିଟ ସହ ଏକ ପତ୍ର ସେ ସେୟାର କରିଛନ୍ତି ।

ଏହି ପତ୍ର ମାଧ୍ୟମରେ ସେ ବିସିସିଆଇ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ, ବେଙ୍ଗଲ କ୍ରିକେଟ୍‌ ଆସୋସିଏସନ, ଟିମ ସହକର୍ମୀ ଓ କ୍ରିକେଟ ପ୍ରେମୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ କ୍ରିକେଟର ଉନ୍ନତି ପାଇଁ ଯୋଗଦାନ ଦେଇଚାଲିବେ ବୋଲି ସେ କହିଛନ୍ତି ।

୨୮ ଜୁନ ୨୦୦୮ରେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ କ୍ୟାରିୟର ଆରମ୍ଭ କରିଥିବା ପ୍ରଜ୍ଞାନ ମୋଟ ୧୮ଟି ଦିନିକିଆ ଖେଳି ମୋଟ ୨୧ଟି ଓ୍ଵିକେଟ ଖେଳିଛନ୍ତି । ୨୪ ନଭେମ୍ବର ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ସେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ସେ ମୋଟ ୨୪ଟି ଟେଷ୍ଟ ଖେଳି ୧୧୩ଟି ଓ୍ଵିକେଟ ନେଇଛନ୍ତି । ପ୍ରଜ୍ଞାନ ୬ଟି ଟି-ଟ୍ବେଣ୍ଟି ଖେଳି ୧୦ ଓ୍ବିକେଟ ନେଇଛନ୍ତି।