Odia News Portal

ମୋଦୀ ଚା ବିକି ପ୍ରଧାନମନ୍ତ୍ରୀ ହେଲେ, ମୁଁ କ’ଣ ପାଇଁ ମନ୍ତ୍ରୀ ହେଇପାରିବିନି ?

ଭୁବନେଶ୍ୱର() ପୁଣି ଚର୍ଚ୍ଚାର ଘେରରେ ରାନୀ ପଣ୍ଡା । ରାନୀ ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ ।

ଏକ ସାକ୍ଷାତକାରରେ ରାନୀ କହିଛନ୍ତି, ୬ ମାସ ପାଇଁ ତାଙ୍କୁ ମନ୍ତ୍ରୀପଦ ଦିଆଗଲେ ଓଡ଼ିଶାକୁ ସୁନାର ଦେଶ କରିଦେବେ। ଚା ବିକି ପ୍ରଧାନମନ୍ତ୍ରୀ ହେଉଛନ୍ତି। ଅଭିନେତାଙ୍କୁ ନେତା କରି ଦିଆଯାଉଛି। ରାନୀ ପଣ୍ଡା ଏମିତି କଣ ନ କରି ପାରିବେ। ଯଦି କିଛି କରିବା ପାରିବେ ନାହିଁ। ତେବେ ରାନୀ ପଣ୍ଡା ଓଡ଼ିଶା ଛାଡ଼ି ଦେବେ।

ରାନୀ ଆହୁରି କହିଛନ୍ତି, ମୋ ପ୍ରତି ଅନ୍ୟାୟ ହେଇଛି। ଅଶ୍ଲୀଳ ନୃତ୍ୟ ପାଇଁ ରାନୀ ପଣ୍ଡାଙ୍କୁ ଖଣ୍ଡଗିରିକୁ ମନା ହେଲା। ହେଲେ ଚଳିତ ଖଣ୍ଡଗିରି ମେଳାରେ ଯେଉଁ ଅଶ୍ଲୀଳ ନୃତ୍ୟ ହେଉଛି ତାହା କଣ ଠିକ ବୋଲି ରାନୀ ପ୍ରଶ୍ନ କରିଛନ୍ତି। ପ୍ରଶାସନଙ୍କ ଉପରେ ମୁଖ୍ୟମନ୍ତ୍ରୀ ତେବେ ସେ କାହିଁକି ଚୁପଚାପ ବସି ଦେଖୁଛନ୍ତି ବୋଲି ରାନୀ ପ୍ରଶ୍ନ କରିଛନ୍ତି। ଯଦି ତାଙ୍କୁ ଖଣ୍ଡଗିରି ଯାତ୍ରାକୁ ବ୍ୟାନ କରାଗଲା ତେବେ ସେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିବେ। ସେଥିପାଇଁ କିଛି ଲୋକ ଦାୟୀ ରହିବେ ବୋଲି ରାନୀ କହିଛନ୍ତି।