ମୁମ୍ବାଇ() ଭାଲେଣ୍ଟାଇନ୍ ୱିକ୍ରେ ନିଜ ରିଲେଶନ୍ସିପ୍ ଷ୍ଟାଟସ୍କୁ ନେଇ ସେ ଏକ ମ୍ୟୁଜିକ୍ ଭିଡିଓ ନେଇ ଆସିଛନ୍ତି ସୁପରଷ୍ଟାର୍ ସଲ୍ମାନ୍ ଖାନ । ଏହାର ନାଁ ହେଉଛି ‘ସ୍ୱାଗ୍ ସେ ସୋଲୋ’।
ଏହି ଗୀତ ଜରିଆରେ ସେ ଭାଲେଣ୍ଟାଇନ୍ ୱିକ୍ରେ ସିଙ୍ଗଲ୍ ଥିବା ଯୁବକମାନଙ୍କର ମନୋବଳ ବଢ଼ାଇଛନ୍ତି। ଏଥିରେ ସେ ସିଙ୍ଗଲ୍ ରହିଲେ କ’ଣ କ’ଣ ଫାଇଦା ମିଳେ ସେ ବିଷୟରେ କହିଛନ୍ତି। ଗୀତଟିକୁ ରେମୋ ଡିସୌଜା କୋରିଓଗ୍ରାଫି କରିଥିବାବେଳେ ଏହାର ମ୍ୟୁଜିକ୍ ତନିସ୍କ ବାଗଚୀ ଦେଇଛନ୍ତି। ଗୀତଟି ଏକ ପ୍ରକାରର ବିଜ୍ଞାପନ ଯାହାକି ଏକ ଥଣ୍ଡା ପେୟ କମ୍ପାନୀ ପାଇଁ ତିଆରି ହୋଇଛି।