ନୂଆଦିଲ୍ଲୀ() TikTokକୁ ଟକ୍କର ଦେବ Tangi । ଏହା ଉଭୟ ମୋବାଇଲ ଓ ୱେବ୍ ପ୍ଲାଟ୍ଫର୍ମରେ କାମ କରୁଛି। ଟାଙ୍ଗି ଏକ କ୍ରିଏଟିଭ୍ ଭିଡିଓ ଆପ୍। ଟିକ୍ଟକ୍ ପପୁଲାରିଟି ଦେଖି ଏବେ ଗୁଗୁଲ ଏହି ଆପ୍ ଲଂଚ କରିଛି।
ହେଲେ ଟିକ୍ଟକ୍ ଭଳି ଏହା କେବଳ ଏଣ୍ଟରଟେନ୍ମେଣ୍ଟ ଫକୋସ୍ଡ ନୁହେଁ। ଏଥିରେ ଅନ୍ୟାନ୍ୟ ଜିନିଷ ମଧ୍ୟ କରାଯାଇପାରିବ। ଟିକ୍ଟକ୍ ଆପ୍ଠୁ ଏହା ଖୁବ ଅଲଗା। ୟୁଜର୍ସ ଏହି ଆପରେ ୬୦ ସେକେଣ୍ଡର ବିଭିନ୍ନ ପ୍ରକାରର ଭିଡିଓ ରେକର୍ଡ କରିପାରିବେ। ଏଥିରେ କୁକିଙ୍ଗ, କ୍ରାଫେ୍ଟିଂ, ମେକ୍ଅପ୍ ଭଳି ଅନ୍ୟାନ୍ୟ ଟପିକ୍ସରେ ମଦ୍ୟ ଭିଡିଓ କରିହେବ।
ଟାଙ୍ଗି ୱେବ୍ସାଇଟ୍ ଦେଖିଲେ ସମ୍ପୂର୍ଣ୍ଣ ଇଣ୍ଟରଫେସ୍ ବିଷୟରେ ଜାଣିହେବ। Tangi ଅର୍ଥ ହେଉଛି Teach and Give ବା Tangible । ଏହି ଆପ୍ ଗୁଗୁଲର ସତ ହେଲେ ଏହା ଏପଲ୍ ଆପ୍ ଷ୍ଟାର ପାଇଁ ଜାରି କରାଯାଇଛି। ଏବେ ଏହି ଆପ୍ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ନାହିଁ। କାରଣ Tangi ଆପ୍ ଏବେ ଏକ୍ସପେରିମେଣ୍ଟରେ ଅଛି। ଏହା ଏକ ଟ୍ୟୁଟରିଆଲ ଆପ୍ ବୋଲି କୁହାଯାଉଛି।