ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ଛୋଟ ମୋବାଇଲ ଫୋନ୍ ଲଞ୍ଚ ହୋଇଛି। ୟୁକେର କମ୍ପାନୀ Zini Mobiles ବିଶ୍ବର ସବୁଠାରୁ ଛୋଟ ମୋବାଇଲ ଫୋନ୍ Zanco tiny t2 ଲଞ୍ଚ କରିଛି। 3G ଟେକ୍ନୋଲୋଜି ଥିବା ଏହି ଫୋନର ସାଇଜ୍ ମଣିଷର ଅଙ୍ଗୁଳି ମାପର ହେବ ଭଳି ବୋଲି କୁହାଯାଉଛି। ଏହା ପୂର୍ବରୁ କମ୍ପାନୀ Zanco tiny t2 ଲଞ୍ଚ କରିଛି ଓ ଏହି ନୂଆ ଫୋନ୍ ଏହାର ଅପଗ୍ରେଡେଡ୍ ଭର୍ସନ ଅଟେ।
ଏହି ଫୋନରେ ୟୁଜରଙ୍କୁ କ୍ୟାମେରା ସୁବିଧା ମିଳିଥାଏ, ଏହା ସହିତ ଏଥିରେ ୧୩ ଟି ଆହୁରି ଖାସ୍ ଫିଚର୍ସ ଦିଆଯାଇଛି। ସବୁଠାରୁ ବଡ କଥା ହେଲା ଏହି ଫୋନର ଓଜନ କେବଳ ମାତ୍ର ୩୧ ଗ୍ରାମ ଓ ଏହା 3G ଡିଭାଇସରେ ବ୍ଲୁଟୁଥ୍ କନେକ୍ଟିଭିଟି ଓ SOS ମେସେଜ୍ ପଙ୍କସନ୍ ମଧ୍ୟ ମିଳିଥାଏ।ଏବେ ଏହି ଫୋନକୁ କେବଳ ୟୁଏସ୍ ମାର୍କେଟରେ ଲଞ୍ଚ କରାଯାଇଛି, ଯାହାକୁ ୟୁଜର ଅଫିସିଆଲ ଓ୍ବେବସାଇଟ୍ ଜରିଆରେ ବୁକ୍ କରିପାରିବେ। ଆସନ୍ତୁ ଜାଣିବା ଫୋନର ଫିଚର୍ସ ସମ୍ପର୍କରେ।
କ୍ବିକଷ୍ଟାର୍ଟର କ୍ୟାମ୍ପେନରେ ସେୟାର କରାଯାଇଥିବା ଡିଟେଲକ୍ସ ଅନୁସାରେ, ଏହି ଛୋଟ ଫୋରେ ମଲ୍ଟିପଲ ଫଙ୍କସନ୍ ଦିଆଯାଇଛି। ଏହି ସ୍ମାର୍ଟଫୋନରେ କ୍ୟାମେରା, ଭିଡିଓ ରେକର୍ଡିଂ, ଏମପି୩ ଓ ଏମପି ୪ ପ୍ଲେବ୍ୟାକ୍, ଗେମ୍ସ, କ୍ୟାଲେଣ୍ଡର ଭଳି ଫିଚର୍ସ ରହିଛି। ଫୋନରେ କ୍ୟାଲେଣ୍ଡର ଓ ଆଲର୍ମ କ୍ଲକକୁ ମ୍ୟାନେଜ କରିବା ପାଇଁ ଅପ୍ସନ ମଧ୍ୟ ଦିଆଯାଇଛି। କେବଳ ସେତିକି ନୁହେଁ ୟୁଜର୍ସ ଏଥିରେ ଏଫଏମ୍ ରେଡିଓ ମଧ୍ୟ ବ୍ୟବହାର କରିପାରିବେ।
ଫୋନରେ କଲିଂ ଏବଂ ଟେକ୍ସ ମେସେଜ୍ର ସୁବିଧା ରହିଛି। ମେମୋରି କଥା ଯଦି ହେବା ତେବେ କମ୍ପାନୀ ଫୋନରେ ୩୨ ଜିବି ଷ୍ଟୋରେଜ୍ ବଢାଇବା ପାଇଁ ମାଇକ୍ରୋ ଏସଡି କାର୍ଡ ସ୍ଲଟ ମଧ୍ୟ ଦେଇଛି। ଏଥିରେ ଫଟୋ ମଧ୍ୟ ଉଠାଇ ପାରିବେ। ଫଟୋ କ୍ଲିକ୍ କରିବା ପରେ ୟୁଜର୍ସ ଏସଡି କାର୍ଡ ସାହାର୍ଯ୍ୟରେ ଫଟୋକୁ ସିଧା ନିଜର ଫୋନକୁ ଟ୍ରାନ୍ସଫର କରିପାରିବେ। ଥରେ ଚାର୍ଜ ହେଲେ ଏହି ମୋବାଇଲ ୭ ଦିନ ପର୍ଯ୍ୟନ୍ତ ଷ୍ଟାଣ୍ଡବାୟ ଟାଇମ ମିଳିବ।