ନୁଆଦିଲ୍ଲୀ : ଅଧିକ ସୁନା-ରୂପା କିଣୁଥିବା ଲୋକଙ୍କ ଲୋକଙ୍କ ପାଇଁ ନୂଆବର୍ଷ ଖୁସି ଖବର ନେଇ ଆସିଛି । ୧ ଜାନୁୟାରୀ ୨୦୨୦ରୁ ସୁନା ଦାମରେ ବଡ ହ୍ରାସ ପରିଲକ୍ଷିତ ହୋଇଛି । ବୁଧବାର ଦିଲ୍ଲୀ ସରାଫା ବଜାରରେ ୧୦ ଗ୍ରାମ ସୁନାର ଦାମ୍ ୧୩୧ ଟଙ୍କା ଖସିଯାଇଛି । ସୁନା ଭଳି ରୂପା ଦାମ୍ ମଧ୍ୟ ହ୍ରାସ ପାଇଛି । ଏକ କିଲୋଗ୍ରାମ ରୂପାର ଦାମ୍ ୫୯୦ ଟଙ୍କା କମ୍ ହୋଇଯାଇଛି ।
ଆପଣଙ୍କୁ କହିରଖୁଛୁ ୨୦୧୯ର ଶେଷ ଦିନ ସୁନା-ରୂପା ଦାମ୍ ବଢିଥିବା ନଜର ଆସିଥିଲା । ୩୧ ଡିସେମ୍ବର ୨୦୧୯ରେ ୧୦ ଗ୍ରାମ ସୁନାର ଦାମ୍ ୧୫୬ ଟଙ୍କା ଓ ଏକ କିଲୋଗ୍ରାମ ରୂପା ଦାମ୍ ୪୯୪ ଟଙ୍କା ପର୍ଯ୍ଯନ୍ତ ବଢିଯାଇଥିଲା ।
ସୁନାର ନୂଆ ଦାମ
ବୁଧବାର ଦିଲ୍ଲୀ ସରାଫା ବଜାରରେ ସୁନାର ନୂଆ ଦାମ୍ ୩୯,୯୪୯ ଟଙ୍କାରୁ ହ୍ରାସ ପାଇ ୩୯,୮୧୮ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି ।
ରୂପାର ନୂଆ ଦାମ୍
ସୁନା ଭଳି ରୂପା ଦାମରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଏକ କିଲୋଗ୍ରାମ ରୂପାର ଦାମ୍ ୪୮,୨୪୫ ଟଙ୍କାରୁ ହ୍ରାସ ପାଇ ୪୭,୬୫୫ ଟଙ୍କା ହୋଇଯାଇଛି ।