ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ । ଏହି ଅବସରରେ ଶକ୍ତି ପ୍ରଦର୍ଶନ କରିବେ ବିରୋଧୀ । ନାଗରିକତା ସଂଶୋଧନ ଆଇନ୍ ଏବଂ ଏନଆରସିକୁ ନେଇ ମୋଦି ସରକାରଙ୍କ ଉପରେ ହମ୍ଲା ଚଳାଇଥିବା ବିରୋଧୀ ଶପଥ ଗ୍ରହଣ ଉତ୍ସବରେ ଶକ୍ତି ପ୍ରଦର୍ଶନ କରିବେ । ଶପଥ ଗ୍ରହଣ ଉତ୍ସବରେ ରାହୁଲ ଗାନ୍ଧୀ, ବିଭିନ୍ନ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଏନସିପି ମୁଖ୍ୟ ଶରଦ ପାଓ୍ଵାର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେ । ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିମନ୍ତ୍ରଣ କରାଯାଇଛି ।
ଡିଏମକେ ନେତା ଏମକେ ଷ୍ଟାଲିନ୍, ଜେଡିଏସ୍ ନେତା ଏଚ.ଡି କୁମାରସ୍ୱାମୀଙ୍କୁ ନିମନ୍ତ୍ରଣ କରାଯାଇଛି । କଂଗ୍ରେସ ନେତା ଅହମ୍ମଦ ପଟେଲ, କେସି ବେଣୁଗୋପାଳ, ହରିଶ ରାଓ୍ଵତ ଯୋଗ ଦେଇପାରନ୍ତି । ତେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ବିଏସପି ମୁଖ୍ୟ ମାୟାବତୀଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ସେମାନେ ଯୋଗ ଦେଇ ନପାରନ୍ତି ।