ସ୍ୱାଧିକାର ନ୍ୟୁଜ() ସାଧାରଣରେ ଆମେ ସମସ୍ତ ଭଗବାନଙ୍କୁ ପୂଜା କରିବା ପୂର୍ବରୁ ଗଣେଶଙ୍କୁ ପ୍ରଥମେ ପୂଜା କରିଥାଉ । ହେଲେ ଆପଣ କେବେ ଭାବିଛନ୍ତି କାହିଁକି ଗଣେଶଙ୍କ ପାଖରେ ତୁଳସୀ ପୂଜା କରାଯାଏ ନାହିଁ । ତେବେ ଆସନ୍ତୁ ଜାଣିବା ପ୍ରକୃତ କାରଣ…
ଏକଦା ଗଣେଶ ଧ୍ୟାନମଗ୍ନ ଥିବାବେଳେ ଦେବୀ ତୁଳସୀ ସେହିବାଟ ଦେଇ ଯାଉଥିଲେ। ଗଣେଶଙ୍କ ରୂପରେ ବିମୋହିତ ହୋଇ ତୁଳସୀ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ପ୍ରଭୁ ଗଣେଶ ଦେବୀ ତୁଳସୀଙ୍କ ଏହି ପ୍ରସ୍ତାବରେ ରାଜି ହୋଇ ନ ଥିଲେ। କାରଣ ଗଣେଶ ନିଜ ବିଶାଳକାୟ ଚେହେରାକୁ ନେଇ ପଶ୍ଚାତାପ କରୁଥିଲେ। ଏଣୁ ସେ ତୁଳସୀଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ଏକଥା ଦେବୀ ତୁଳସୀଙ୍କୁ ଖୁବ୍ ବାଧିଥିଲା। ତେଣୁ ସେ ରାଗିଯାଇ ଗଣେଶଙ୍କୁ ଅଭିଶାପ ଦେଇଥିଲେ କି ତୁମେ ଦୁଇଟି ବିବାହ କରିବ। ଅବଶ୍ୟ ଗଣେଶ ପରବର୍ତ୍ତୀ ସମୟରେ ଏହି ଶାପ ଭୋଗ କରିଥିଲେ। ଅନ୍ୟପକ୍ଷରେ ସେବେଠାରୁ ଗଶେଶଙ୍କ ପୂଜାରେ ତୁଳସୀ ଲାଗେନାହିଁ।