ଭୁବନେଶ୍ୱର () ଆଜି ଭୁବନେଶ୍ବର ସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ଆୟୋଜିତ ହୋଇଯାଇଛି ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ। ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ ଓ ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗଦେଇ ୧୭ ଜଣ ପ୍ରସିଦ୍ଧ ପ୍ରତିଭାଙ୍କ ସମେତ ୩ଟି ଅନୁଷ୍ଠାନକୁ ସମ୍ମାନିତ କରିଛନ୍ତି । ସେ ମଧ୍ୟରୁ ଅନ୍ୟତମ ହେଉଛନ୍ତି କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଅନ୍ୟତମ ।
1996 ବ୍ୟାଚର ଏହି ଆଇପିଏସ ଅଫିସର ଗତ 23 ବର୍ଷ ମଧ୍ୟରେ ରାଜ୍ୟ ପୋଲିସରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛନ୍ତି । କେନ୍ଦ୍ରାପଡ଼ାରୁ ଆରମ୍ଭ କରି କ୍ରୁଟ ଯାଏଁ ସେ ଯେଉଁଠି ବି ଦାୟିତ୍ୱ ନେଇଛନ୍ତି ସେଠାରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି । ଜିଲ୍ଲାରେ ଏସ୍ପି ଭାବେ କାମ କରୁଥିବା ସମୟରେ ସେ ଅପରାଧୀ, ଚୋର ଟାସ୍କରଙ୍କ ପାଇଁ ସେ ଥିଲେ ଟେରର ।
ପ୍ରାୟ ଦେଢ଼ ବର୍ଷ ପୂର୍ବ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଯୋଡି ହୋଇନଥିବା ଏହି ଅନୁଭବୀ ଆଇପିଏସ ଅଫିସର ଏବେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଓ ନିଜ କାମ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଣ୍ଟୁଛନ୍ତି । ସେ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ ଠାରୁ ମୋ ବସ ସେବାର ରୂପାନ୍ତରିକରଣ ଯାଏଁ ବିଭିନ୍ନ ଜନସେବା କାର୍ଯ୍ୟର ସେ ଏକ ବଳିଷ୍ଠ ମାଧ୍ୟମ ସାଜିଛନ୍ତି । କ୍ରାଇମବ୍ରାଞ୍ଚର। ଆଇଜି ଥିବା ବେଳେ ସେ ଯେତିକି କଠୋର ଥିଲେ ସେସୁର ସିଇଓ ଭାବେ ମଧ୍ୟ ବିଦ୍ୟୁତ ଚୋରି ଓ ବିଦ୍ୟୁତ ସେବାରେ ସଂସ୍କାର ଆଣିଥିଲେ ।
ଏବେ କ୍ରୁଟର ପରିଚାଳନା ନିର୍ଦେଶକ ଭାବେ ଦାୟିତ୍ୱ ନେବା ପରେ ମୋ ବସ ସେବାକୁ ସେ ଏକ ନୂଆ ଦିଗ ଦେଇଛନ୍ତି । ଏହି ବସ ସେବା ତାଙ୍କ ନେତୃତ୍ୱରେ ଦେଶର ଅନୁକରଣୀୟ ପରିବହନ ସେବାର ମାନ୍ୟତା ପାଇଛି । ଏଥିସହ ଶୀତ ଦିନେ ମୋ ବସର ଭଡା ହ୍ରାସ କରି ସେ ଲୋକଙ୍କ ଭୁରି ଭୁରି ପ୍ରଶଂସା ପାଉଛନ୍ତି ।