Odia News Portal

କାହିଁକି ଭିକ୍ଷାବୃତ୍ତି କରୁଥିଲେ ବାବା,ଜାଣନ୍ତୁ ପ୍ରକୃତ କାରଣ

ସ୍ୱାଧିକାର ନ୍ୟୁଜ()  ଏବେ ଆମେ ଭିକ୍ଷାବୃତ୍ତିର ଆବଶ୍ୟକତା ବିଷୟରେ ବିଚାର କରିବା ସମ୍ଭବତଃ କିଛି ଲୋକଙ୍କ ମନରେ ସନେ୍ଦହ ଉପôନ୍ନ ହୋଇପାରେ ଯେ ବାବା ଜଣେ ସନ୍ଥପୁରୁଷ ହୋଇଥିଲେ ମଧ୍ୟ ଆଜୀବନ କାହିଁକି ଭିକ୍ଷାବୃତ୍ତି ଦ୍ୱାରା ନିର୍ବାହ କରୁଥିଲେ ? ତେବେ ଆସନ୍ତୁ ଜାଣିବା ଏହାର କାରଣ …

ଶାନ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି କାମିନୀ(ବଂଶବୃଦ୍ଧି),କାଂଚନ(ଧନ ସମ୍ପଦ), ଏବଂ କୀର୍ତ୍ତି(ଯଶ,ସମ୍ମାନ) ଆଦି ତ୍ୟାଗକରି ଆସକ୍ତିମୁକ୍ତ ହୋଇ ସନ୍ନ୍ୟାସ ଗ୍ରହଣ କରିଥାଆନ୍ତି, ସେହିମାନେ ହିଁ ଭିକ୍ଷାବୃତ୍ତିର ଉପଯୁକ୍ତ ଅଧିକାରୀ । ସେମାନେ ସ୍ୱଗୃହରେ ଭୋଜନ ପ୍ରସ୍ତୁତି କରନ୍ତି ନାହିଁ ,ଏଣୁ ସେମାନଙ୍କୁ ଭୋଜନ କରାଇବାର ଦାୟିତ୍ୱ ଗୃହସ୍ଥମାନଙ୍କ ଉପରେ ନ୍ୟସ୍ତଥାଏ । ସାଇବାବା ଗୃହସ୍ଥ ବା ବାନପ୍ରସ୍ଥୀ ନଥିଲେ । ସେ ଆଜନ୍ମ ବ୍ରହ୍ମଚାରୀ ଥିଲେ । ତାଙ୍କର ଦୃଢ ବିଶ୍ୱାସ ଥିଲା ଯେ ବିଶ୍ୱ ହିଁ ତାଙ୍କର ବାସସ୍ଥାନ । ସେ ସ୍ୱୟଂ ଭଗବାନ ବାସୁଦେବ,ବିଶ୍ୱ ପାଳନକର୍ତ୍ତା ତଥା ପରଂବ୍ରହ୍ମ ସ୍ୱରୁପ ଥିଲେ । ସେଥିପାଇଁ ସେ ଭିକ୍ଷା ଅର୍ଜନର ପୂର୍ଣ୍ଣ ଅଧିକାରୀ ଥିଲେ ।