ସ୍ୱାଧିକାର ନ୍ୟୁଜ() ବାବାଙ୍କ ଆଜ୍ଞା ବିନା କେହି ଶିରିଡିରୁ ସକୁଶଳ ପ୍ରସ୍ଥାନ କରିପାରୁନଥିଲେ ଏବଂ ବାବାଙ୍କ ଆଜ୍ଞା ପାଳନ ଯେଉଁମାନେ କରୁନଥିଲେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏହା ଶିରିଡି ଯାତ୍ରାର ଏକ ବିଶେଷତ୍ୱ ଥିଲା । ଶିରିଡିରୁ ପ୍ରସ୍ଥାନ ପାଇଁ ଥରେ ବାବାଙ୍କର ଆଜ୍ଞା ମିଳିଲା ପରେ ଶିରିଡିରେ ରହିବା ଆଉ ସମ୍ଭବପର ନଥିଲା । ଏହିପରି ଏକ ଘଟଣା ଆସନ୍ତୁ ଜାଣିବା …
ଥରେ ତାତ୍ୟା କୋଟେ ପାଟିଲ ଘୋଡାଗାଡିରେ କୋପରଗାଓଁର ବଜାରକୁ ଯିବା ପାଇଁ ମନସ୍ଥ କଲେ । ସେ ଜଲଦି ମସଜିତକୁ ଆସି ବାବାଙ୍କୁ ପ୍ରଣାମ କଲେ ଏବଂ ନିଜର ଯାତ୍ରା ବିଷୟରେ ବାବାଙ୍କୁ ଜଣାଇଲେ । ବାବ କହିଲେ, ‘ଏତେ ଶ୍ରୀଘ୍ର ଯିବା ଦରକାର ନାହିଁ, ଟିକିଏ ଅପେକ୍ଷା କର । ବଜାର ଯିବାର ବିଚାର ତ୍ୟାଗକରି ଗାଁରେ ରୁହ ।’ କିନ୍ତୁ ତାତ୍ୟାଙ୍କର ଉଦବେଗ ଦେଖି ବାବା କହିଲେ, ‘ଯଦି ନିହାତି ଯିବ, ତେବେ ଶ୍ୟାମାଙ୍କୁ ସାଥୀରେ ନେଇଯାଅ’ । କିନ୍ତୁ ବାବାଙ୍କର ଏହି ଆଜ୍ଞାର ଅବହେଳା କରି ଶ୍ୟମାଙ୍କୁ ଅପେକ୍ଷା ନକରି ସେ ତୁରନ୍ତ ଘୋଡାଗାଡି ଚଳାଇଲେ । ଘୋଡାଗାଡି ଟାଣୁଥିବା ଦୁଇଟି ମଧ୍ୟରୁ ଗୋଟିଏ ଘୋଡା ଅତି ଚଂଚଳ ସ୍ୱଭାବର ଏବଂ ଦ୍ରୁତଗାମୀ ଥିଲା । ରାସ୍ତାରେ ସାୱାଲିବିହୀର ଗ୍ରାମ ପାର କରିବା କ୍ଷଣି ସେ ଘୋଡାଟି ଅଧିକ ବେଗରେ ଦୌଡିବାକୁ ଲାଗିଲା । ଆକସ୍ମାତ ତାହାର ଅଣ୍ଟାରେ ଚକ୍କା ହୋଇଗଲା ଏବଂ ସେ ସେହିଠାରେ ପଡିଗଲା । ତାତ୍ୟା ଅଧିକ ଆହତ ନହେଲେ ମଧ୍ୟ, ବାବାଙ୍କର ମାତୃସୁଲଭ ଉପଦେଶକୁ ସ୍ମରଣ କଲେ । ଅନ୍ୟ ଏକ ସମୟରେ ତାତ୍ୟା ବାବାଙ୍କ ଆଜ୍ଞାର ଅବହେଳା କରି କୋଲହାର ଗ୍ରାମ ଅଭିମୁଖେ ଯାତ୍ରା କରୁଥିଲେ ଓ ତାଙ୍କୁ ସେହିଭଳି ଅସୁବିଧା ସମ୍ମୁଖୀନ ହେବାକୁ ପଡିଥିଲା ।