Odia News Portal

ଶିବଙ୍କ ପୂଜାରେ କାହିଁକି ଲାଗିନଥାଏ ତୁଳସୀ , ଜାଣନ୍ତୁ ପ୍ରକୃତ କାରଣ

ହିନ୍ଦୁ ଧର୍ମର ପୂଜା ପାଠ ଏବଂ ମାଙ୍ଗଳିକ କାର୍ୟ୍ୟରେ ତୁଳସୀ ଗଛର ବିଶେଷ ମହତ୍ତ୍ବ ରହିଥାଏ। କିନ୍ତୁ ତୁଳସୀ ଭଗବାନ ଶିବଙ୍କ କୌଣସି ପୂଜାରେ ଅର୍ପଣ କରାଯାଇନଥାଏ। ଆସନ୍ତୁ ଜାଣିବା …

ପୂର୍ବ ଜନ୍ମରେ ତୁଳସୀଙ୍କ ନାଁ ବୃନ୍ଦା ଥିଲା ଏବଂ ସେ ଜାଲନ୍ଧର ନାମକ ରାକ୍ଷସଙ୍କ ପତ୍ନୀ ଥିଲେ। ଏହି ରାକ୍ଷସ ବୃନ୍ଦାଙ୍କ ଉପରେ ଖୁବ୍ ଅତ୍ୟାଚାର କରୁଥିଲେ। ଜାଲନ୍ଧରଙ୍କୁ ପାନେ ଦେବାପାଇଁ ଭଗବାନ ବିଷ୍ଣୁଙ୍କୁ ଶିବ ନିବେଦନ କରିଥିଲେ। ଏହା ପରେ ବିଷ୍ଣୁ ଛଳ କରି ବୃନ୍ଦାଙ୍କ ପତିବ୍ରତ ଧର୍ମ ଭଙ୍ଗ କରି ଦେଇଥିଲେ।

ବୃନ୍ଦା ଯେତେବେଳେ ଜାଣିଲେ ଯେ ହରି ତାଙ୍କ ପତିବ୍ରତ ଧର୍ମ ଭଙ୍ଗ କରିଛନ୍ତି ସେତେବେଳେ ସେ ବିଷ୍ଣୁଙ୍କୁ ପଥର ହୋଇଯିବାର ଅଭିଶାପ ଦେଇଥିଲେ।
ଏହା ପରେ ବିଷ୍ଣୁ ମାତା ତୁଳସୀଙ୍କୁ କହିଥିଲେ ଯେ ସେ ଜାଲନ୍ଧରଙ୍କ କବଳରୁ ତାଙ୍କୁ ରକ୍ଷା କରିବାପାଇଁ ଏହା କରିଥିଲେ। ଏହା ପରେ ବିଷ୍ଣୁ ତାଙ୍କୁ କାଠ ହୋଇଯିବାର ଅଭିଶାପ ଦେଇଥିଲେ। ଏହି ଅଭିଶାପ ପରେ ତୁଳସୀ ଦୀର୍ଘ ଦିନ ପରେ ତୁଳସୀ ଗଛ ହୋଇ ଯାଇଥିଲେ।

ତେଣୁ ଶିବଙ୍କ ପୂଜାରେ ତୁଳସୀ ପରିବର୍ତେ ବେଲପତ୍ର ଚଢ଼ାଯାଇଥାଏ କାରଣ ତୁଳସୀ ଅଭିଶପ୍ତ। ଦ୍ବିତୀୟରେ ଶିବଙ୍କ ପୂଜାରେ ତୁଳସୀ ପତ୍ର ଏଥିପାଇଁ ଚଢ଼ାଯାଇନଥାଏ କାରଣ ତୁଳସୀ ଭଗବାନ ବିଷ୍ଣୁଙ୍କ ପାଟରାଣୀ। ତୁଳସୀ ମାତା ତାଙ୍କ ତପସ୍ୟା ବଳରେ ବିଷ୍ଣୁଙ୍କୁ ତାଙ୍କ ପତି ଭାବେ ପ୍ରାପ୍ତ କରିଥିଲେ।