Odia News Portal

ପଢନ୍ତୁ ସାଇବାବା ଙ୍କ ଦିବ୍ୟ ଲୀଳା

ଅକ୍ଟୋବର ୧୯୬୫ ମସିହା ନୂଆ ଦିଲ୍ଲୀ ର ଗୋଟେ ଘଟଣା , ଦିଲ୍ଲୀ ର ଗୋଟେ ପରିବାର ରେ ସତୀଶ ତାଙ୍କ ସ୍ତ୍ରୀ ବିମଳା ଓ ଗୋଟେ ବୋଲି ପୁଅ ଆନନ୍ଦ ରୁହନ୍ତି ସତୀଶ ଗୋଟେ କମ୍ପାନୀ ରେ ଚାକିରୀ କରନ୍ତି ଗୋଟେ ଦିନ ସତୀଶ ଙ୍କୁ ବହୁତ ଜୋର ଜର ହେଲା ଓ ପରୀକ୍ଷା ରୁ ଜଣା ପଡିଲା ତାଙ୍କୁ ଟାଇଫୋଇଡ ହୋଇଛି ସେ ଖଟ ରୁ ଉଠିପାରୁନଥାନ୍ତି ଆଖିବନ୍ଧ କରି ସେ ରୋଗ ର କଷ୍ଟ ରେ ଛଟପଟ ହେଉଥାନ୍ତି ଏତିକିବେଳେ ସେ ସ୍ବପ୍ନ ରେ ଦେଖିଲେ ଜଣେ ମୁଣ୍ଡ ରେ ଧଳା କପଡା ପିନ୍ଧି ବାବାଜୀ କହୁଛନ୍ତି ପୁଅ ସତୀଶ ମୁ ତୁମ ଘରକୁ ଆସିବାକୁ ଚାହୁଁଚି ।

ମୁ ତୁମ କଷ୍ଟ ଦେଖିପାରୁନାହିଁ ମତେ ତୁମ ପାଖକୁ ଆସିବାକୁ ଦିଅ ଏତିକି କହି ସେ ଉଭେଇ ଗଲେ ଏତିକିବେଳେ ସତୀଶ ଙ୍କ ସ୍ତ୍ରୀ ବିମଳା ଡାକିଲେ ଦେଖ ତୁମକୁ ଦେଖ କରିବାକୁ ତୁମ ଅଫିସ ରୁ ସାଙ୍ଗ ଆସିଛନ୍ତି ମୁକେଶ ଆଉ ସନ୍ଦୀପ , ସେମାନେ ସତୀଶ ପାଖରେ ବସିଲେ ଏତିକି ବେଳେ ସତୀଶ ଦେଖିଲା କି ମୁକେଶ ପକେଟ ରେ ଗୋଟେ ବାବାଜୀ ଙ୍କର ଫୋଟୋ ହାଲ୍କା ଦିଶୁଚି ସେ ମୁକେଶ କୁ କହିଲେ କି ମୁକେଶ ସେ ଫୋଟୋ କାହାର କିଏ ସେ ଯାହା ଫୋଟୋ ତୁମେ ରଖିଚ , ଏହା ଶୁଣି ସେ କହିଲେ କି ଏଇ ମୋର ଗୁରୁ ସାଇବାବା ।

ସିରିଡ଼ି ରୁ ମୁ ଏହି ଫୋଟୋ ଆଣିଚି ତାପରେ ସତୀଶ କହିଲେ କି ମତେ ଏଇ ଫୋଟୋ ଦେଇ ପାରିବ କି କାରଣ ମୁ ଏବେ ସଂଗେ ସଂଗେ ସାଇବାବା ଙ୍କୁ ସ୍ବପ୍ନ ରେ ଦେଖିଲି ସେ ମତେ କହୁଥିଲେ କି ମୁ ତୋ ଘର କୁ ଆସିବାକୁ ଚାହେଁ ଏହା ଶୁଣି ମୁକେଶ କହିଲା କି ନ ମୁ ଏଟା ଦେଇପାରିବିନି ଯଦି କହିବ ନୂଆ ଫୋଟୋ ଆଣିକି ଦେବି କିନ୍ତୁ ୟା ଭିତରେ ଅଚାନକ ତାକୁ ଭିତରୁ କିଏ କହିଲା ପରି ଶୁଣା ଗଲା କି ତୁ ସେ ଫୋଟୋ ତାକୁ ଦେ ମୁ ତୋ ହୃଦୟ ରେ ଅଛି ଫୋଟୋ ରେ ନୁହଁ ତାପରେ ମୁକେଶ ବିଳମ୍ବ ନକରି ସେ ଫୋଟୋ ସତୀଶ କୁ ଦେଲା ସତୀଶ ସେ ଫୋଟୋ କୁ ରଖି ସବୁଦିନ ତା ପୂଜା ଘରେ ପୂଜା କରେ ଏମିତି କିଛି ଦିନ ବିତି ଗଲା ଆଉ ସେ ଆସ୍ତେ ଆସ୍ତେ ଟାଇଫୋଇଡ ରୋଗ ରୁ ବି ଭଲ ହୋଇସାରିଥିଲା ଓ ଅଫିସ ବାହାରିଲା ନିଜ ପକେଟ ରେ ସାଇବାବା ଙ୍କ ଫୋଟୋ ରଖି ସେ ଯାଇଥିଲା କିନ୍ତୁ ଦୁର୍ଭଗ୍ୟ କୁ ସେ ଫେରିଲା ବେଳେ କେଉଁଠି ହଜେଇଦେଇଥିଲା ଘରକୁ ଆସିଲା ବେଳେ ସ୍ତ୍ରୀ ଭୀମାଳା ପଚାରିଲେ ପୂଜା ଘରୁ ବାବା ଙ୍କ ଫୋଟୋ ନେଇଥିଲ ଆଣିଲା କି ?

ଏହା ଶୁଣି ସତୀଶ ବହୁତ ମନ ଦୁଃଖ କଲା ଓ କହିଲା କି ବିମଳା ମୁ ଶପଥ ନେଉଛି ଯେବେ ବାବା ଙ୍କ ଫୋଟୋ ପାଇବି ସେବେ ଅନ୍ନ ଜଳ ଗ୍ରହଣ କରିବି ନହଲେ କରିବିନିଏହା କହି ସେ ପୂଜା ଘରେ ଧ୍ୟାନ ରେ ବସିଲା ଓ ସାଇବାବା ଙ୍କ ମନ୍ତ୍ର ଓଁ ସାଇ ଶ୍ରୀ ସାଇ ଜୟ ଜୟ ସାଇ ଜପିବାକୁ ଲାଗିଲା କିଛି ସମୟ ପରେ ବାବା ତାକୁ ଧ୍ୟାନ ରେ କହିଲେ କି ସତୀଶ , ତୁମେ ଯେଉଁ ଫୋଟୋ ପାଇଁ ଏତେ କାନ୍ଦୁଛ ତୁମେ ଭୁଲି ଗଲା କି ସେ ଫୋଟୋ ତୁମକୁ ମୁକେଶ ଦେଇଥିଲେ ତାହାଲେ କଣ ମୁ ତା ପାଖରୁ ଚାଲିଗଲି ।

ମୁ କହିଥିଲି ମୁ ତୁମ ଘରକୁ ଆସିବାକୁ ଚାହେଁ ତା ମାନେ କଣ ତୁମ ପୂଜା ଘର କି , ନା ମୁ ତୁମ ହୃଦୟ ରେ ରହିବ କଥା କହୁଥିଲି ମତେ ନିଜ ହୃଦୟ ରେ ରଖ ଏମିତି ଫୋଟୋ ରେ ମୁ ନଥାଏ ତୁମେ ଏମିତି ନିଜକୁ କଷ୍ଟ ଦିଆନି ତୁମକୁ କଷ୍ଟ ରେ ଦେଖି ମତେ ବି କ୍ଲଷ୍ଟ ହେଉଛି ଏତିକି ରେ ସତୀଶ ର ଧ୍ୟାନ ଭାଙ୍ଗି ଗଲା ।