Odia News Portal

ବିଜେପି ବିଧାୟକଙ୍କ ମୁହଁରେ କଳାପଟି

ଭୁବନେଶ୍ୱର() ସ୍ମିତାରାଣୀ ମୃତ୍ୟୁ ଘଟଣାର ପ୍ରତିବାଦ କରି ବିଜେପି ବିଧାୟକ ମାନେ ମୁହଁରେ କଳାପଟି ବାନ୍ଧି ବିଧାନସଭାରେ ପ୍ରତିବାଦ କରିଛନ୍ତି ।ଆଜି ବିଧାନସଭା ଆରମ୍ଭ ହେବା ବେଳକୁ ବିଜେପିର ସମସ୍ତ ବିଧାୟକ ମୁହଁରେ କଳାପଟି ବାନ୍ଧି ଗୃହକୁ ପ୍ରବେଶ କରିଥିଲେ ଏବଂ ନିରବ ପ୍ରତିବାଦ କରିଥିଲେ । ସ୍ମିତାରାଣି ମୃତ୍ୟୁ ଘଟଣାକୁ ହତ୍ୟା ଘଟଣା ଅନୁଯାୟୀ ମକଦ୍ଧମା ରୁଜୁ କରିବା ସହିତ ୩୦୨ ଦଫାରେ ଏହାର ତଦନ୍ତ କରାଯିବାକୁ ସେମାନେ ଦାବି କରିଥିଲେ । ସେମାନଙ୍କ ଦାବି ପୁରଣ ନହେବା ପର୍ଯ୍ୟନ୍ତ ସେମାନେ ମୁହଁରୁ କଳାପଟି ଖୋଲିବେ ନାହିଁ କି ବିଧାନସଭା କାର୍ଯ୍ୟରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ବିଜେପି ବିଧାୟକ ମାନଙ୍କର ଏଭଳି ମୁହଁରେ କଳାପଟି ବାନ୍ଧି ମିଳିତ ଭାବେ ବିଧାନସଭାରେ ବସିବା ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଥିଲା । ବାଚସ୍ପତି ବିଜେପି ବିଧାୟକ ମାନଙ୍କୁ ମୁହଁରୁ କଳାପଟି ଖୋଲି ଗୃହର କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ । ବିଜେପି ବିଧିୟକ ମାନେ କିଛି ସମୟ ପରେ କଳାପଟି ଖୋଲିଥିଲେ ମଧ୍ୟ ଗୃହର କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନକରି ନିରବ ପ୍ରତିବାଦ କରିଚାଲିଥିଲେ ।