ନୂଆପଡ଼ା : ପୁଣି ସାମନାକୁ ଆସିଲା ଦାଦନଙ୍କ ଦୁର୍ଦ୍ଦଶା। ମହାରାଷ୍ଟ୍ରର ନାଗପୁରରେ ନୂଆପଡ଼ା ଜିଲ୍ଲା କୋମନା ଥାନା ଟିକ୍ରାପଡ଼ା ଗାଁରୁ ଯାଇଥିବା ଦାଦନଙ୍କ ହାତ ଓ ଗୋଡ଼ ଆଙ୍ଗୁଳି କାଟି ଦିଆଯାଇଛି।
ଟିକ୍ରାପଡ଼ାରୁ ଚମରି ପହରିଆ ଦାଦନ ଖଟିବାକୁ ଯାଇଥିବା ବେଳେ ଦଲାଲ ଜଣକ ତାଙ୍କର ଡାହାଣ ହାତର ୩ଟି ଓ ଗୋଡ଼ର ୫ଟି ଯାକ ଆଙ୍ଗୁଳି କାଟି ଦିଆଯାଇଛି। ବାହୁଡ଼ା ଯାତ୍ରା ପରେ ସ୍ଥାନୀୟ ଦୁଇ ଦଲାଲ ବିଦେଶୀ ସୁନାନୀ ଓ ଡୋଳା ସତନାମୀ ଚମରୁଙ୍କୁ ନାଗପୁର ନେଇ ସେଠାରେ ଏକ କନ୍ଷ୍ଟ୍ରକ୍ସନ କଂପାନୀର ମାଲିକ ବୈଦା ସେଠଙ୍କ ନିକଟରେ ଛାଡ଼ି ଦେଇଥିଲେ।
ଚମରୁ ନିଜ ପାରିଶ୍ରମିକ ଟଙ୍କା ମାଗିବା ପରେ ଦଇ ଦଲାଲ ତାଙ୍କ ଆଙ୍ଗୁଳି କାଟି ଦେଇ ନାଗପୁର ଷ୍ଟେସନରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ନାଗପୁର ରେଲୱେ ପୋଲିସ ଚମରୁଙ୍କୁ ଉଦ୍ଧାର କରି ସ୍ଥାନୀୟ ସିଟି ହସ୍ପିଟାଲରେ ଚିକିତ୍ସିତ କରାଇ ଟିକ୍ରାପଡ଼ାକୁ ପଠାଇ ଦେଇଛି।