Odia News Portal

ଦଶହରାରେ ଟ୍ରାଫିକ ସଚେତନତା କରାଇଲା ହରିପୁର ଦୋଳମୁଣ୍ଡାଇ ପୂଜାକମିଟି

କଟକ : ଦୋଳମୁଣ୍ଡାଇ ହରିପୁର ପୂଜାକମିଟି ପକ୍ଷରୁ ଦଶହରା ପାଇଁ ଭାରତୀୟ ମୋଟର ଯାନ ଆଇନକୁ ସମର୍ଥନ କରି ଏକ ଟ୍ରାଫିକ ସଚେତନ ବାର୍ତ୍ତା ଦିଆଯାଇଛି।  ସପ୍ତମୀ ପୂଜାରେ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କଟକ ଡିସିପି ଅଖିଲେଶୂର ସିଂ ଏବଂ ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ ଯୋଗଦେଇଥିବା ବେଳେ।

ପୂଜା କମିଟିର ଅନ୍ୟ ସଦଶ୍ୟ ମାନେ ଉପସ୍ଥିତ ଥିଲେ। କିଭଳି ଭାବରେ ଟ୍ରାଫିକ ନିୟମ ସବୁ ମାନିଲେ ଆମେ ନିଜର ଜୀବନକୁ ସୁରକ୍ଷିତ ରଖିପାରିବା ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ଯାହାକୁ ଦେଖିବାପାଇଁ ବେଶ ଭିଡ଼ ଜମୁଛି ଦର୍ଶକ ମାନଙ୍କର।