ଭୁବନେଶ୍ବର : ମହାରାଷ୍ଟ୍ରର ନାଗପୁରରେ ଆରମ୍ଭ ହୋଇଥିବା ୨୭ତମ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଵାଳକ ଓ ବାଳିକା ଦଳ ବିଜୟ ହୋଇଛନ୍ତି । ଓଡ଼ିଶା ଵାଳକ ଦଳ ଗୁପ୍ ‘ଇ’ ରେ ସ୍ଥାନ ପାଇଛି । ଏହି ଗୃପ୍ ରେ ଓଡ଼ିଶା, ବିଦ୍ରପା, କେରଳ ଓ ନାଗାଲାଣ୍ଡ ଅଛନ୍ତି । ସେହିପରି ଗୁପ୍ ‘ବି’ ରେ ଓଡ଼ିଶା ଵାଳିକା ଦଳ ସ୍ଥାନ ପାଇଛି । ବାଳିକା ଗୃପ୍ ରେ ଉତ୍ତର ପ୍ରଦେଶ, ପୂବାଞ୍ଚଳ, ଡି.ଏନ୍.ଏଚ, ଆନ୍ଧ୍ର ପ୍ରଦେଶ, ତ୍ରିପୁରା ଓ ଓଡ଼ିଶା ଅଛନ୍ତି ।
ଆଜି ବାଳକ ଦଳ ଦୁଇଟି ଲିଗ୍ ମ୍ୟାଚ ଖେଳିଥିବା ବେଳେ ପ୍ରଥମ ମ୍ୟାଚରେ ରେ ନାଗାଲାଣ୍ଡକୁ ୮ ୱିକେଟ୍ ରେ ପରାସ୍ତ କରିଥିଲା। ପରବର୍ତ୍ତୀ ଲିଗ୍ ରେ ଵିଦ୍ରପା ଠାରୁ ୧୫ ରନ୍ ରେ ପରାଜୟ ବରଣ କରିଛି । ସେହିପରି ବାଳିକା ଦଳ ପ୍ରଥମ ମ୍ୟାଚରେ ୫ ୱିକେଟ୍ ରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଥିଲା। ୨଼ୟ ମ୍ୟାଚରେ ଵିଦ୍ରପା ଠାରୁ ୧୨ ରନ୍ ରେ ପରାସ୍ତ ହୋଇଥିଲା ।
ବାଳକ ଓ ବାଳିକା ଦଳର ଭଲ ପ୍ରଦର୍ଶନ କରି ଜ୍ଞାନ ରଞ୍ଜନ ପୃଷ୍ଟି ଓ ପ୍ରତି ସେଠୀ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ । ଆସନ୍ତା କାଲି ଉଭୟ ଦଳ ଵାକିଥିବା ଦୁଇ ଟି ଲିଗ୍ ମ୍ୟାଚ୍ ଖେଳିବେ ।