Odia News Portal

ଆସନ୍ତୁ ଜାଣିବା, ମଥାର ବ୍ୟକ୍ତିତ୍ୱ ଓ ସ୍ୱଭାବ

ଭୁବନେଶ୍ୱର : ସମୁଦ୍ରଶାସ୍ତ୍ରରେ ମଣିଷର ବିଭିନ୍ନ ଅଙ୍ଗକୁ ଆଧାର କରି ଗୁଣ ଓ ଚରିତ୍ର ବିଷୟରେ ଉଲ୍ଲେଖ କରାଯାଇଛି। ଏଥିରେ ମଣିଷ ଶରୀର ସହିତ ଜଡ଼ିତ ଥିବା ଗୂଢ଼ ରହସ୍ୟ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି।

ସମୁଦ୍ର ଶାସ୍ତ୍ର ଅନୁସାରେ, ବ୍ୟକ୍ତିର ମଥାରେ ହିଁ ତା’ର ବ୍ୟକ୍ତିତ୍ୱ ଓ ସ୍ୱଭାବ ବିଷୟରେ ଅନେକ କିଛି କଥା ଜାଣିହୁଏ। ତେବେ ଆସନ୍ତୁ ଜାଣିବା ସମୁଦ୍ର ଶାସ୍ତ୍ରରେ ବ୍ୟକ୍ତିର ମଥା ବିଷୟରେ କଣ କୁହାଯାଇଛି।

– ଯେଉଁ ବ୍ୟକ୍ତିଙ୍କର ମଥା ଛୋଟ ଥାଏ, ସମୁଦ୍ର ଶାସ୍ତ୍ର ଅନୁସାରେ, ସେମାନେ ଭାବୁକ ସ୍ୱଭାବର ହୋଇଥାନ୍ତି। ଏପରି ଲୋକ କିଛି ବି ନିଷ୍ପତ୍ତି ନେବା ପୂର୍ବରୁ ନିଜ ମନ କଥା ଶୁଣିଥାନ୍ତି। ଏମାନେ ସମସ୍ତଙ୍କ ସହିତ ଭଲ ଭାବରେ କଥା ହୋଇଥାନ୍ତି ଓ କମ୍‌ ରାଗିଥାନ୍ତି।
.ଯେଉଁ ଲୋକଙ୍କର ମଥା ଉଚ୍ଚ ହୋଇ ରହିଥାଏ ଓ ଟିକେ ଆଗକୁ ବାହାରିଥାଏ, ସମୁଦ୍ରଶାସ୍ତ୍ର ଅନୁସାରେ, ଏମାନେ ଅଧିକ ଜିଜ୍ଞାସୁ ହୋଇଥାନ୍ତି। ଏମାନେ ସୃଜନଶୀଳ ସ୍ୱଭାବର ହେବା ସହିତ କୌଣସି ଘଟଣାକୁ ଦେଖିବାର ଦୃଷ୍ଟିଭଙ୍ଗୀ ମଧ୍ୟ ଏମାନଙ୍କର ଅଲଗା ଥାଏ।
. ଯେଉଁ ଲୋକଙ୍କର ମଥା ଅଳ୍ପ ଭିତରକୁ ପଶି ରହିଥାଏ, ସେମାନଙ୍କ ମନ ସଫା ହୋଇଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଏମାନଙ୍କ ମନରେ କୂଟକପଟ ନ ଥାଏ। କିଛି ଭୁଲ୍‌ ଦେଖିଲେ, ଏହି ବ୍ୟକ୍ତି ରାଗି ଯାଇଥାନ୍ତି। ଏମାନଙ୍କର ଏହି ଗୁଣ ଯୋଗୁ ସାଙ୍ଗସାଥୀ ଓ ପ୍ରିୟଜନ ଦୁଃଖୀ ହୋଇଥାନ୍ତି।
. ଯେଉଁ ଲୋକଙ୍କର ମଥା ଚଉଡ଼ା ଓ ଚିକ୍କଣ ହୋଇଥାଏ, ସେମାନେ ଅଧିକ ଗୁଣୀ ଓ ପ୍ରତିଭାଶାଳୀ ହୋଇଥାନ୍ତି। ରଚନା ଓ କଳା କ୍ଷେତ୍ରରେ ଏମାନଙ୍କର ଉନ୍ନତି ହୋଇଥାଏ। ଏହା ସହିତ ଏମାନେ ସାମାଜିକ କାର୍ଯ୍ୟ ମଧ୍ୟ କରିଥାନ୍ତି।
.ଯେଉଁ ଲୋକଙ୍କର ମଥା ବହୁତ ବଡ଼ ଓ ସଫା ହୋଇଥାଏ, ଏପରି ଲୋକ ବୁଦ୍ଧିମାନ୍‌ ହୋଇଥାନ୍ତି। ଏମାନଙ୍କ ମଧ୍ୟରେ ସର୍ବଦା କିଛି ନୂଆ ଶିଖିବା ପାଇଁ ଇଚ୍ଛା ରହିଥାଏ।

. ଯେଉଁ ଲୋକଙ୍କର ମଥା କେଶରେ ଘେରି ହୋଇ ରହିଥାଏ, ସମୁଦ୍ର ଶାସ୍ତ୍ର ଅନୁସାରେ ଏମାନେ ଶାନ୍ତ ସ୍ଵଭାବର ହୋଇଥାନ୍ତି। ଏପରି ବ୍ୟକ୍ତି ଅନ୍ୟମାନଙ୍କର କଥାକୁ ଧ୍ୟାନ ପୂର୍ବକ ଶୁଣି ସାରିବା ପରେ ନିଜର ରାୟ ଦେଇଥାନ୍ତି।