ନୂଆଦିଲ୍ଲୀ : ସାମସଙ୍ଗ ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍ Galaxy A70s ଲଞ୍ଚ କରିଛି ସାମସଙ୍ଗ Galaxy A70s ରେ କମ୍ପାନୀ ୬୪ ମେଗାପିକ୍ସେଲ୍ କ୍ୟାମେରା ଦେଇଛି । ଏହାସହିତ ଆପଣଙ୍କୁ କହିରଖୁଛୁ ଯେ, ସାମସଙ୍ଗର ଏହା ପ୍ରଥମ ଫୋନ୍ ଯେଉଁଥିରେ ୬୪ ମେଗାପିକ୍ସେଲ୍ କ୍ୟାମେରା ରହିଛି । ଏହି ଫୋନ୍ ରେ ତିନୋଟି ରିୟର କ୍ୟାମେରା ରହିଛି ଯେଉଁଥିରେ ମୁଖ୍ୟ କ୍ୟାମେରା ୬୪ ମେଗାପିକ୍ସେଲ୍ ରହିଛି । ଏହି ଫୋନରେ କ୍ୱାଲକମ୍ସ ସ୍ନାପଡ୍ରାଗନ୍ ୬୭୫ ପ୍ରୋସେସର ରହିଛି ।
ଏହି ଫୋନଟିରେ ୬ ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜ୍ ବ୍ୟାରିୟଂଟର ମୂଲ୍ୟ ୨୮,୯୯୯ ଟଙ୍କା ଏବଂ ୮ ଜିବି ରାମ ସହିତ ୧୨୮ଜିବି ଷ୍ଟୋରେଜ୍ ବ୍ୟାରିୟଣ୍ଟ ର ମୂଲ୍ୟ ୩୦,୯୯୯ଟଙ୍କା ରହିଛି । ଫୋନ୍ ର ବିକ୍ରି ୨୮ ସେପ୍ଟେମ୍ବରରୁ ଦେଶ ସାରା ଆରମ୍ଭ ହୋଇଛି । ଏହା ସହିତ ଜିଓ ଏବଂ ଏୟାରଟେଲ୍ ପକ୍ଷରୁ ଡବଲ ଡାଟା ଏବଂ ଭୋଡାଫୋନ୍ ର ପକ୍ଷରୁ କ୍ୟାସବ୍ୟାକ୍ ଅଫର ମଧ୍ୟ ମିଳୁଛି ।
ସ୍ପେସିଫିକେସନ: ଏହି Samsung Galaxy A70s ଫୋନରେ ଆଣ୍ଡ୍ରୋଏଡ୍ ପାଇ ୯.୦ ଆଧାରିତ One UI ରହିଛି । ଏହି ଫୋନରେ ୬.୭ ଇଞ୍ଚ ଫୁଲ୍ ଏଚଡି ପ୍ଳସ୍ ସୁପର ଆମୋଲେଟ୍ ଡିସପ୍ଳେ ରହିଛି । ଯାହାର ରିଜୋଲେସନ୍ 1080×2400 ପିକ୍ସେଲ୍ ରହିଛି । ଏଥିରେ କ୍ୱାଲକମ୍ ର ସ୍ନାପଡ୍ରାଜନ୍ ୬୭୫ ପ୍ରୋସେସର ରହିଛି ।
କ୍ୟାମେରା : ଏହି ଫୋନରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ରହିଛି ଯେଉଁଥିରେ ଗୋଟେ କ୍ୟାମେରା ୬୪ ମେଗାପିକ୍ସେଲ୍ର f/1.8 ଅପର୍ଚର । ଆଉ ଏକ କ୍ୟାମେରା ୮ମେଗାପିକ୍ସେଲ୍ ର ଅଲଟ୍ରା ଓ୍ଵାଇଡ୍ ଏଙ୍ଗଲ୍ ଏବଂ ୩ୟ କ୍ୟାମେରାଟି ୫ ମେଗାପିକ୍ସେଲ୍ ର ଅଟେ । ଅନ୍ୟପଟେ ସାମ୍ନା କ୍ୟାମେରାଟି ୩୨ ମେଗାପିକ୍ସେଲ୍ ଯାହାର ଅପର୍ଚର f/2.0 ।
ବ୍ୟାଟେରୀ: ଏହି ଫୋନରେ 4500mAh ବ୍ୟାଟେରୀ ରହିଛି ଯାହା 25W ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ କରିଥାଏ । ଫୋନରେ ଫ୍ରଣ୍ଟ ଫିଙ୍ଗର ପ୍ରିଣ୍ଟ ସେନସର ରହିଛି । ଏହାବ୍ୟତିତ ଏଥିରେ ଡୁଆଲ୍ ସିମ୍,ଓ୍ଵାଇ-ଫାଇ,ବ୍ଳୁଟୁଥ୍ ଏବଂ ୩.୫ ଏମଏମ୍ ର ହେଡଫୋନ୍ ଜାକ୍ ରହିଛି ।