Odia News Portal

#ମିଠୁ କୁ ନେଇ ଏମିତି କହିଲେ କ୍ରିତି ସନନ

ମୁମ୍ବାଇ () ୨୦୧୮ ମସିହାରେ ଦେଶରେ ଚାଲିଥିଲା ୰ମିଠୁ ଟ୍ରେଣ୍ଡ୍। ପ୍ରତି ଦିନ କେଉଁ ନା କେଉଁ ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ କିମ୍ବା ପ୍ରଯୋଜକଙ୍କ ନାମ ଏଥିରେ ଯୋଡ଼ି ହେଉଥିବାର ଦେଖିବାକୁ ମିଳିଥିଲା। ଏ ସଂପର୍କରେ ନିଜର ମତ ରଖିଛନ୍ତି ବଲିଉଡ୍ ଅଭିନେତ୍ରୀ କ୍ରିତି ସନନ।

ସେ କହିଛନ୍ତି, ‘ସୋସିଆଲ୍ ମିଡିଆରେ ହେଉଥିବା ଏହି ଅଭିଯାନ ପାଇଁ ଏଯାବତ୍ କେହି ଦଣ୍ଡିତ ହୋଇନାହାନ୍ତି। ମାତ୍ର ଏହା ସତ ଯେ ଅଭିଯାନଟି ଗୁରୁତ୍ୱପୂର୍ଣ୍ଣ। ଏହି ଅଭିଯାନ ପାଇଁ ପ୍ରତ୍ୟେକ ଇଣ୍ଡଷ୍ଟ୍ରିରେ ଏକ ଭୟ ସୃଷ୍ଟି ହୋଇଛି। ଯାହାକି ଅତ୍ୟନ୍ତ ଜରୁରୀ ଥିଲା। ’ ଏହାବ୍ୟତୀତ ‘ଆଇଫିଲ୍ୟୁଗର୍ଲ’ ନାମକ ଏକ ଶୀର୍ଷକରେ ହେଉଥିବା ‘ଇଣ୍ଡିଆ ଟୁଡେ କନ୍କ୍ଲେବ୍ ମୁମ୍ବାଇ ୨୦୧୯’ରେ କ୍ରିତି ବଲିଉଡ୍ରେ ମହିଳାମାନଙ୍କ ସ୍ୱତନ୍ତ୍ରତା, ସମାନତା ଓ ରଚନାତ୍ମକ ଉପରେ ନିଜର ମତ ବ୍ୟକ୍ତ କରିଛନ୍ତି।’