ଭୁବନେଶ୍ୱର : ସ୍ଥାନୀୟ ସପ୍ତସତୀ ମନ୍ଦିର ସମ୍ମୁଖରେ ପିଓଜେର ପ୍ରଥମ ସୋ ରୁମ୍ ଉଦ୍ଘାଟିତ ହୋଇଯାଇଛି । ଏହି ସୋରୁମ୍କୁ ଉତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ଉଦ୍ଘାଟନ କରିଥିଲେ । ୮୦୦୦ସ୍କୋୟାରଫୁଟ୍ ବିଶିଷ୍ଟ ଏହି ସୋରୁମ୍ରେ ବିଭିନ୍ନ ପ୍ରକାରର ଘର ଉପଯୋଗୀ ଫର୍ଣ୍ଣିଚର, ଅଫିସ୍ ଫର୍ଣ୍ଣିଚର, ଗାର୍ଡେନ୍ ଫର୍ଣ୍ଣିଚର ଏବଂ ମାଟ୍ରେସେସ୍ ଆଦି ନିଜ କମ୍ପାନୀ ପ୍ରଡକ୍ଟ ମିଳିଥାଏ ।
ବେଡ୍ ସେଟ୍, ସାଇଡ୍ ଚେୟାର, ଓଡ୍ରବ୍, ଅଫିସ୍ ଚେୟାର, ଡାଇନିଂ ସେଟ୍, ଏକ୍ଜକୁଟିଭ୍ ଚେୟାର, ଡ୍ରେସିଂ ଟେବୁଲ, ଝୁଲା, ସୋଫା ସେଟ୍ ପରି ଅନେକ ପ୍ରଡକ୍ଟ ସୁଲଭ ମୂଲ୍ୟରେ ମିଳିପାରିବ । ତତ୍ ସହିତ ଉଦ୍ଘାଟନୀ ଅଫର ଭାବେ ଗ୍ରାହକମାନଙ୍କୁ ଭିନ୍ନ ଭିନ୍ନ ପ୍ରଡକ୍ଟ ଉପରେ ୭୦% ପର୍ଯ୍ୟନ୍ତ ରିହାତି ମିଳିପାରିବ । ଏହି ସୋରୁମ୍ ଆଇଏସ୍ଓ, ବିଆଇଏଫ୍ଏମ୍ଏ ଏବଂ ଗ୍ରୀନ୍ ଗାର୍ଡ ସ୍ୱିକୃତୀ ପ୍ରାପ୍ତ ଅଟେ । ଏହି କମ୍ପାନୀର ନିର୍ଦ୍ଦେଶକ ସନ୍ୟମ୍ ଜଲାନ୍ ଆଶା ବ୍ୟକ୍ତ କରିଥିଲେ ଯେ, ତାଙ୍କର ବିହାର, ଝାଡଖଣ୍ଡ ଏବଂ କୋଲକାତାର ଶାଖା ପରି ଓଡିଶାର ଭୁବନେଶ୍ୱରଠାରେ ଏହି ସୋ ରୁମ୍ ପ୍ରଡକ୍ଟ ମଧ୍ୟ ଗ୍ରାହକଙ୍କ ନିକଟତର ହୋଇପାରିବ ।
ଏହି ଷ୍ଟୋର ଏହାର ୨୭ତମ ଷ୍ଟୋର ଅଟେ, ଯାହାକି ଓଡିଶାରେ ଏହା ପ୍ରଥମ ଅଟେ । ଏହି ଶାଖାର ଇନ୍ ଚାର୍ଜ ବିକାଶ କୁମାର ଏହି ଉଦ୍ଘାଟନୀ ସମାରୋହକୁ ପରିଚାଳନା କରିଥିଲେ ।