ଭୁବନେଶ୍ୱର() ମଧ୍ୟ ଉପକୂଳ ଓଡ଼ିଶା ଏବଂ ଏହାର ସଂଲଗ୍ନ ଅଂଚଳରେ ଲଘୁଚାପ ସୃଷ୍ଟି ହୋଇ ଦୁଇ ଦିନ ଧରି ସ୍ଥିର ରହିବା ଫଳରେ ଗୁରୁବାର ରାତିରୁ ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଲଘୁଚାପ ସହିତ ସେହି ଅଂଚଳରେ ସମୁଦ୍ର ପତନରୁ ୭.୬ କିମି ପର୍ୟ୍ୟନ୍ତ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଯୋଗୁଁ ବର୍ଷାର ପ୍ରଭାବ ଲାଗି ରହିବ ବୋଲି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି । ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଗୁରୁବାର ରାତିରୁ ଶୁକ୍ରବାର ପର୍ୟ୍ୟନ୍ତ ବର୍ଷାର ପ୍ରକୋପ ଜାରି ରହିବ ବୋଲି ଜଣାପଡ଼ିଛି ।
ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଖୋର୍ଦ୍ଧା, ନୟାଗଡ, ପୁରୀ, ଢ଼େଙ୍କାନାଳ, ଗଞ୍ଜାମ, କନ୍ଧମାଳ, ରାୟଗଡା, ଗଜପତି, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା, ବଲାଙ୍ଗୀର , ବୌଦ୍ଧ ଏବଂ ସୋନ୍ପୁରରେ ଗୁରୁବାର ରୁ ରବିବାର (ଅର୍ଥାତ୍ ସେପ୍ଟେମ୍ବର ୫ରୁ ୮ ତାରିଖ ପର୍ୟ୍ୟନ୍ତ) ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ଏହି ଚାରି ଦିନ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରାଜ୍ୟର ଅଧିକାଂଶ ଅଂଚଳରେ ହେବାର ସମ୍ଭାବନା ଥିବା ଡ. ସାହୁ କହିଛନ୍ତି ।