ନୂଆଦିଲ୍ଲୀ : ରିଭୋଲ୍ଟ ଇଣ୍ଟେଲକର୍ପ ଇଲେକ୍ଟ୍ରିକ୍ ବାଇକ୍ ରିଭୋଲ୍ଟ ଆରଭି-୪୦୦ ଓ ଆରଭି ୩୦୦ ଇଲେକ୍ଟ୍ରିକ ବାଇକ୍ ଭାରତ ବଜାରରେ ଅଫିସିଆଲି ଲଞ୍ଚ କରିଛି। ଏହି ବାଇକ୍ ଦେଶର ପ୍ରଥମ ଏଆଇ ସକ୍ଷମ ଇଲେକ୍ଟ୍ରିକ ବାଇକ୍, ଯେଉଁଥିରେ ଏଆଇ ଟେକ୍ନୋଲୋଜି ରହିଛି। ଏହାର ବୁକିଂ ଜୁଲାଇରୁ ଆରମ୍ଭ ହୋଇଥିଲା, ଯାହାକୁ ୧୦୦୦ ଟଙ୍କାରେ ବୁକ୍ କରାଯାଉଥିଲା। କମ୍ପାନୀ ଏହା ସହିତ ସବସ୍କ୍ରିପସନ୍ ସର୍ଭିସ ମଧ୍ୟ ଅଫର କରିଥିଲା। ଏହାର ଦୁଇଟି ମଡେଲରେ ବିକ୍ରି ହେବ।
ସ୍ୱତନ୍ତ୍ର ପୈଠ ଯୋଜନାରେ ଏହି ମୋଟରସାଇକେଲ ବିକ୍ରୟ କରାଯିବ। ଯାହାକୁ ଗ୍ରାହକ ଏକକାଳୀନ ଅଥବା ଇଏମଆଇରେ ରୂପେ ଦେଇ ଘରକୁ ନେଇପାରିବେ। ରିଭୋଲ୍ଟ ଆରଭି-୪୦୦ରେ ୩ଟି ରାଇଡିଂ ମୋଡ ରହିଛି। ଏଥିରେ ଗୋଟିଏ ଇକୋ ଡ୍ରାଇଭ ମୋଡ ଥିବା ବେଳେ ଅନ୍ୟ ୨ଟି ସିଟି ଓ ସ୍ପୋର୍ଟସ୍ ମୋଡ। ଇକୋ ମୋଡରେ ବାଇକ ରାଇଡିଂ କଲେ ଥରଟିଏ ଚାର୍ଜରେ ୧୫୬ କିଲୋମିଟର ଯାଇ ପାରିବ ବୋଲି ନିର୍ମାତା ଦାବି କରିଛନ୍ତି। ତେବେ ସିଟି ମୋଡରେ ଏହା ୮୦ରୁ ୯୦ କିଲୋମିଟର ରହୁଥିବା ବେଳେ ସ୍ପୋର୍ଟସ୍ ମୋଡରେ ରାସ୍ତାର ପରିସ୍ଥିତି ଉପରେ ଦୂରତା ନିର୍ଭର କରେ। ଯଦି ଆପଣ ଆରଭି -୩୦୦ କ୍ରୟ କରିବେ ଏଥିଲାଗି ଆପଣଙ୍କୁ ମାସିକ ଇଏମଆଇ ୨୯୯୯ ଟଙ୍କା ଦେବାକୁ ହେବ।
ତେବେ ୪୦୦ ମଡେଲ ଲାଗି ୩ ହଜାର ୯୯୯ ଟଙ୍କା ଦେବାକୁ ପଡିବ। ୩୭ ମାସିକ ସୁବିଧା କିସ୍ତିରେ ମୋଟରସାଇକେଲର ଆପଣ ମାଲିକ ହୋଇ ପାରିବେ। ଏଥିରେ ୩ହଜାର ୱାଟ୍ ର ମୋଟର ଥିବା ବେଳେ ମୋଟର ସାଇକେଲ ଚାଲିବା ବେଳେ ୧୭୦ ଏନଏମ୍ ଟର୍କ ବା ଘଣ୍ଟା ପ୍ରତି ୮୫ କିଲୋମିଟର ବେଗରେ ଗତି କରିପାରିବ। ଚାର୍ଜିଂ ଲାଗି ଏଥିରେ ରହିଛି ଅନବୋର୍ଡ ଚାର୍ଜିଂ ପ୍ଲଗ। ଯେ କୌଣସି ୧୫ ଆମ୍ପିୟର ପାୱାର ସକେଟ୍ ରେ ଏହାର ଚାର୍ଜ କରାଯାଇ ପାରିବ। ମୋଟର ସାଇକେଲ ପୁରା ଚାର୍ଜିଂ ଲାଗି ୪ ଘଣ୍ଟାରୁ ବି କମ୍ ସମୟ ଲାଗୁଥିବା କମ୍ପାନୀ ଦାବି କରୁଛି। ଅନ୍ୟ ଇଲେକ୍ଟ୍ରିକ୍ ମୋଟରସାଇକେଲ ତୁଳନାରେ ରିଭୋଲ୍ଟର ପାଣି ଅଟକାଇବା କ୍ଷମତା ଅଧିକ।