ବାଲେଶ୍ବର : ସୋର ମ୍ୟୁନସିପାଲଟି ତଥା ୧୬ନଂ ଜାତୀୟ ରାଜପଥ ନିକଟରେ ଗଢି ଉଠିଥିବା ଛୋଟ ବଡ ହୋଟେଲ ଓ ରେଷ୍ଟୁରାଣ୍ଟ ଏବେ ଶିଶୁ ଶ୍ରମିକଙ୍କ ପାଇଁ ରୋଜଗାରର ସ୍ଥଳ ପାଲଟିଛି । ଏହି ହୋଟେଲଗୁଡିକ ପାଇଁ ଜିଲ୍ଲା ବାହାରୁ ଓ ଆଦିବାସୀ ଉପାନ୍ତ ଅଞ୍ଚଳ ମୟୁରଭଞ୍ଜ ଓ ନୀଳଗିରିରୁ ଛୋଟଛୋଟ ଆଦିବାସୀ ନାବାଳକଙ୍କୁ ଆଣି ଅଧିକ ପାରିଶ୍ରମିକ ଲୋଭ ଦେଖାଇ ହୋଟେଲ କାମରେ ନିୟୋଜିତ କରାଯିବା ସହ ସେମାନଙ୍କୁ ଶାରୀରିକ ଓ ମାନଶିକ ନିର୍ଜାତନା ଦିଆଯାଉଛି।
ତେବେ ଗତ ୩୦ ରିଖ ଠାରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ‘ପରୀ’ର ତୃତୀୟ ବର୍ଷିକ କାର୍ଯ୍ୟକ୍ରମ ସୋରରୁ ଅରମ୍ଭ ହୋଇଛି । ସୂଚନା ମୁତାବକ ସୋର ଜାତୀୟ ରାଜମାର୍ଗ ନମ୍ବର ୧୬ର ମାଟିଆ ପଲ୍ଲା ନିକଟରେ ଥିବା କନକଦୁର୍ଗା ହୋଟେଲ ଉପରେ ପରି କାର୍ଯ୍ୟକ୍ରମରେ ସାମିଲ ଥିବା ପୋଲିସ ଅଧିକାରୀ ବିମଳ ଦାସ ଓ ମୌସୁମୀ ମହାନ୍ତିଙ୍କ ୪ଜଣିଆ ଟିମ ଚଢଉ କରିଛନ୍ତି। ଏହି ଚଢଉରେ ୪ଜଣ ନାବାଳକଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିରେ ଦାଖଲ କରାଯାଇଛି ।