Odia News Portal

ଏମ୍ସରେ ମିଳିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ

ଭୁବନେଶ୍ୱର()  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ଏମ୍ସ । ଭୁବନେଶ୍ୱର ଏମ୍ସରେ ବି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଫାଇଦା ପାଇବେ ଲୋକେ ।  ପୂର୍ବରୁ ରାଜ୍ୟ ଓ ରାଜ୍ୟ ବାହାରର ୨୦୮ଟି ହସ୍ପିଟାଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ଏମ୍ସ ନିର୍ଦ୍ଦେଶିକା ଉପସ୍ଥିତିରେ ଏନେଇ ଏମଓୟୁ ସ୍ୱାକ୍ଷରିତ ହୋଇଛି ।

ସାଧାରଣ ଲୋକଙ୍କୁ ଉତ୍ତର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଗତବର୍ଷ ଅଗଷ୍ଟ ୧୫ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଥିଲା । ପ୍ରାୟ ୭୦ ଲକ୍ଷ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଥିଲା ।