ଭୁବନେଶ୍ବର() ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ପାସ୍ ହାର ୭୨.୩୩% ରହିଛି, ଯାହା ଗତ ବର୍ଷ ତୁଳନା ୪.୬୫% କମ୍।ପ୍ରଥମ ଶ୍ରେଣୀରେ ୨୦ ହଜାର ୮୦୬ ଜଣ ପାସ୍ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ୨୩ ହଜାର ୯୦୪ ଜଣ ଓ ତୃତୀୟ ଶ୍ରେଣୀରେ ୨୫ ହଜାର ୩୬୦ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବାଲେଶ୍ୱରରେ ସର୍ବାଧିକ ପାସ୍ ହାର ୮୬. ୫୬ ପ୍ରତିଶତ ରହିଛି । ସେହିପରି ଗଜପତିରେ ସର୍ବନିମ୍ନ ପାସ୍ ହାର ରହିଛି ୩୬.୨୦ ପ୍ରତିଶତ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଭୁବନେଶ୍ୱରର ଗୀତ ଗୋବିନ୍ଦ ଅଡିଟୋରିୟମରେ ପ୍ରକାଶ କରିଥିଲେ । କ୍ଟrସଗ୍ଦଗ୍ଦବrରଗ୍ଦଙ୍କକ୍ଷଗ୍ଧଗ୍ଦ.ଦ୍ଭସମ.ସଦ୍ଭ ଓ ମଷଗ୍ଦରକ୍ଟୟସଗ୍ଦଷବ.ଦ୍ଭସମ.ସଦ୍ଭ ୱେବ ସାଇଟରେ ରେଜଲ୍ଟ ଉପଲବ୍ଧ ହେଉଛି ।
ଚଳିତ ବର୍ଷ ୯୭, ୭୫୦ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନରେ ପରୀକ୍ଷା ଦେଇଥିବା ବେଳେ ୭୦, ୭୦୬ ଜଣ ପାସ୍ କରିଛନ୍ତି। ପାସ୍ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୪୦, ୦୫୮ ଛାତ୍ର ଥିବା ବେଳେ ୩୦, ୬୪୮ ଛାତ୍ରୀ ଅଛନ୍ତି।