ଗ୍ରୀଷ୍ମପ୍ରବାହ ପାଇଁ ସତର୍କତା ଜାରି ।ଆସନ୍ତା ୨୨ ତାରିଖ ପର୍ୟ୍ୟନ୍ତ ଖରାର ପ୍ରକୋପ ଅଧିକ ରହିବ । ୨ ଦିନ ଯାଏ ହିଟ ୱେଭ ଜାରି କରାଯାଇଛି । ତେଣୁ ଜଳ ଛତ୍ର ଓ ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।
ଝାଞ୍ଜି ପବନ ସାଙ୍ଗକୁ ଜୀବନ ଯାତ୍ରା ଅସ୍ତ ବ୍ୟସ୍ତ ହୋଇଯାଇଛି । ଦିନ ୧୦ଟା ହେଲେ ଲୋକେ ବାହାରକୁ ଆସିବା ମୁସ୍କିଲ ହୋଇପଡିଛି । ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି ।