ପହଲଗାମ ଆତଙ୍କ ହାମଲା କୁ ନେଇ ପାକିସ୍ତାନ ର କେତେକ ୟୁଟ୍ୟୁବ ର ଚ୍ୟାନେଲ ଓ ନିୟୁଜ ଚ୍ୟାନେଲ କୁ ଭାରତ ସରକାର ବ୍ୟାନ କରିଛନ୍ତି l ମୋଟ 16 ଟି ଚ୍ୟାନେଲ କୁ ବ୍ୟାନ କରାଯିବ ସହ ବିବିସି କୁ ଭାରତ ସରକାର ମଧ୍ୟ କଡା ଚେତାବନୀ ଦେଇଛନ୍ତି l ନା ନଥିବା ପାକିସ୍ତାନ ର 16 ଚ୍ୟାନେଲ ପହଲଗାମ ଆତଙ୍କୀ କାର୍ଯ୍ୟ କଳାପ ସମ୍ପର୍କ ରେ ଭୁଲ ତଥ୍ୟ ପରିବେଷଣ କରିଥିବାରୁ କେନ୍ଦ୍ର ସରକାର ଏଭଳି ନିଷ୍ପତି ନେଇଛନ୍ତି l ସେମାନଙ୍କ ମଧ୍ୟରେ ପାକିସ୍ତାନ ର 5 ଟି ଟିଭି ଚ୍ୟାନେଲ ମଧ୍ୟ ବ୍ୟାନ କରିଛନ୍ତି l ବିବିସି ତାର ଖବର ପ୍ରସାରଣ ରେ କେତକ ଆପତ୍ତି ଜନକ ଶବ୍ଦ ବ୍ୟବହାର କରିଥିବାରୁ ଭାରତ ସରକାର ତାକୁ ମଧ୍ୟ ଚେତାବନୀ ଦେଇଛନ୍ତି lକେନ୍ଦ୍ର ସରକାର ଙ୍କ ଗୃହ ମନ୍ତ୍ରାଳୟ ର ପରାମର୍ଶ କ୍ରମେ ଭାରତ ସରକାର ଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛି l