ଜାତୀୟ ପଞ୍ଚାୟତିରାଜ ଦିବସରେ ପୁରୀରେ ରାଜ୍ୟସ୍ତରୀୟ ସମାରୋହ, ୬ ଲକ୍ଷ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ନୂଆ ରାସନ କାର୍ଡ
ପଞ୍ଚାୟତିରାଜ ଦିବସରେ ବଣ୍ଟାଗଲା ନୂଆ ରାସନ୍ କାର୍ଡ । ପୁରୀ ତାଳବଣିଆରେ ଆୟୋଜିତ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିଛନ୍ତି ରାସନ୍ କାର୍ଡ । ପ୍ରାୟ ୬ ଲକ୍ଷ ହିତାଧିକାରୀଙ୍କୁ ରାସନ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ୨ ଲକ୍ଷରୁ ଅଧିକ ନୂଆ ସୁଭଦ୍ରା ହିତାଧିକାରୀଙ୍କୁ ୨୦୦ କୋଟିରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି ସୁଭଦ୍ରା ଟଙ୍କା । ହିତାଧିକାରୀଙ୍କ ଆକାଉଣ୍ଟକୁ ଏକାସଙ୍ଗେ ଦୁଇଟି କିସ୍ତିର ଟଙ୍କା ଆସିଛି ।
ସେହିପରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ୩ କିଲୋୱାଟ ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ପାଇଁ ୧ ଲକ୍ଷ ୩୮ ହଜାର ଟଙ୍କାର ପର୍ଯ୍ୟନ୍ତ ସବସିଡି ପ୍ରଦାନ କରିଛନ୍ତି । ଏହାବାଦ୍ ୪ ହଜାର ୧୨୪ କୋଟି ଟଙ୍କା ମୂଲ୍ୟର ୩୧୪ଟି ବ୍ଲକସ୍ତରୀୟ ଷ୍ଟାଡିୟମ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ସେହିପରି ଇ-ପଞ୍ଚାୟତ ସଭା ପୋର୍ଟାଲର ଉନ୍ମୋଚନ କରିଛନ୍ତି ।