Odia News Portal

ଓଡ଼ିଶାରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରିତା ବେଳେ ସଫ୍ଟୱେର ସମସ୍ୟା

ଓଡ଼ିଶାରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରିତା ବେଳେ ସଫ୍ଟୱେର ସମସ୍ୟା । ଅଲଇଣ୍ଡିଆ ହେଲଥ କେୟାର ପ୍ରାଇଭେଟ ହସ୍ପିଟାଲ ପ୍ରୋଭାଇର୍ଡସ ରାଜ୍ୟ ସମ୍ପାଦକ ନୀଲଞ୍ଜନା ମୁଖାର୍ଜୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆୟୁଷ୍ମାନ ଯୋଜନାରେ କିଛି ସଫ୍ଟୱେର ଇସ୍ୟୁ ଅଛି ।  ପେସେଣ୍ଟ ସହିତ ଫୋଟୋ, ଡାକ୍ତରଙ୍କ ଫୋଟୋ ଦେବାକୁ ପଡ଼ିବ । ଡାକ୍ତରମାନେ ଚାହୁଁ ନାହାନ୍ତି ସେମାନଙ୍କ ଫୋଟୋ ଆସିବା ନେଇ  । ଓଟିପି ଟାଇମ ଆଉଟକୁ ନେଇ ଅସୁବିଧା ମଧ୍ୟ ରହିଛି  ।

ଦେଶରେ ୩୭ ପ୍ରତିଶତ ଏବଂ ଓଡିଶାରେ ୭୮ ପ୍ରତିଶତ ହିତାଧିକାରୀ ଅଛନ୍ତି ।  ସେମାନଙ୍କ ପ୍ରତି ଲୋକ ପିଛା କାର୍ଡ ଅଛି  କିନ୍ତୁ ବିଏସକେୱାଇରେ ଗୋଟେ କାର୍ଡରେ ସମସ୍ତ ପରିବାର ସଦସ୍ୟ ଥିଲେ ।  କ୍ୟାପିଙ୍ଗକୁ ନେଇ ଡାକ୍ତରମାନେ ଅସନ୍ତୁଷ୍ଟ ଅଛନ୍ତି। ରୋଗୀ ମାନଙ୍କର ଚିକିତ୍ସାରେ କୌଣସି ଡେରି ହେଉନାହିଁ । ସେମାନଙ୍କର ପଞ୍ଜିକରଣ, ପୁନଃ ପଞ୍ଜିକରଣରେ ଅସୁବିଧା ହେଉଛି  ।  ହସ୍ପିଟାଲର କାଗଜପତ୍ର ଏବଂ ବିଲ ପଠାଇବାରେ ଡେରି ହେଉଛି  , ସେ ସମସ୍ୟାର ସମାଧାନ କରାଯିବ । ନୀଲଞ୍ଜନା ମୁଖାର୍ଜୀ କହିଛନ୍ତି, ରୋଗୀଙ୍କର କୌଣସି ସମସ୍ୟା ନାହିଁ, ହସ୍ପିଟାଲ ପକ୍ଷରୁ ଟେକ୍ନିକାଲ ସମସ୍ୟା ରହୁଛି ।