ପାଟଣା ଗଡ଼ ଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ନିଆଁ ଲଗେଇବା ଘଟଣା କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ ନିନ୍ଦା କରିଛନ୍ତି l
ଏହାପଛରେ ଯାହାର ଷଡଯନ୍ତ୍ର ଥିବ ସେମାନଙ୍କୁ ନିଶ୍ଚିତ ଭାବରେ ଧରାଯିବ ଏବଂ ସେମାନଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l
ମୁଖ୍ୟମନ୍ତ୍ରୀ ଏହି ଘଟଣା କୁ ଏମାନବୀୟ ବୋଲି ବର୍ଣ୍ଣନା କରିବା ସହିତ ଏଥିରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି l
ନିକଟରେ ଆମେ ବିଜୁବାବୁ ଙ୍କର ଜୟନ୍ତୀ ପାଳନ କରିଥିଲୁ ପୁଣି ଶ୍ରାଦ୍ଧ ଦିବସ ପାଳନ କରିବାକୁ ଯାଉଥିବା ଅବସରରେ ଏଭଳି କାର୍ଯ୍ୟ ଅତ୍ୟନ୍ତ ଦୁଃଖ ର ବିଷୟ ବୋଲି ସେ କହିଛନ୍ତି l