ସାଂଗଠନିକ ନିର୍ବାଚନ ଭିତରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏହି ଚିଠି ଦଳୀୟ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ସଂଗଠନରେ ସଂରକ୍ଷଣ କରିବାକୁ ସେ ସଭାପତିଙ୍କୁ ପ୍ରସ୍ତାବ ଦେଇଛନ୍ତି । ସେ ଆହୁରି ଲେଖିଛନ୍ତି ବିଜେଡି ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା ଓ ଆଞ୍ଚଳିକ ସନ୍ତୁଳନକୁ ନେଇ ଆଗକୁ ବଢ଼ିବା ଉଚିତ। ଏସ୍ସି, ଏସ୍ଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଳକ୍ କମିଟିରେ ସ୍ଥାନ ମିଳୁ । କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍ କରିବାକୁ ଦିଆ ନଯାଉ । ସେ ଏହା ବି ସତର୍କ କରାଇ ଦେଇଛନ୍ତି, ୱାକଫ୍ ବିଲ୍ ବିବାଦ ଆମର ଧର୍ମନିରପେକ୍ଷତାରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ତେଣୁ ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଉଚିତ ପଦକ୍ଷେପ ନିଆଯାଉ।
ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ହାଇଜ୍ୟାକ କଥା ସେ ଜାଣିଥିବେ । ହାଇଜ୍ୟାକ କଥା ସେ ବୁଝେଇ ପାରିବେ । ସେ ହାଇଜ୍ୟାକ କଥାଟା ବେଶି ଜାଣିଥିବେ। ତାଙ୍କର ସେ ବିଷୟରେ ଅଭିଜ୍ଞତା ଥିବ । ଆଗରୁ କିଏ ହାଇଜ୍ୟାକ କରି ଦେଇଛି କି ? ଆମେ ନଈ ନ ଦେଖୁଣୁ ଲଙ୍ଗଳା କାହିଁକି ହେବା । ରାଜା ସ୍ୱାଇଁ ଜଣେ ବରିଷ୍ଠ ନେତା ତାଙ୍କର ବହୁତ ଅଭିଜ୍ଞତା ରହିଛି । ହାଇଜ୍ୟାକ କଥା ଯଦି କଣ ସେ ଜାଣି ଥିବେ କି ସୂଚନା ପାଇଥିବେ ସେ ସେଇଟା କହି ପାରିବେ । ଆମେ ସଙ୍ଗଠନରେ ସମସ୍ତଙ୍କୁ ନେଇ ଚାଲୁଛୁ ।ସଂଗଠନରେ ସମସ୍ତଙ୍କୁ ଗୁରୁତ୍ୱ ଦିଆ ହୋଇ ଆସିଛି । ଆଞ୍ଚଳିକ ଦଳ ଭାବେ ଆମେ ସବୁ ସମ୍ପ୍ରଦାୟର ପ୍ରତିନିଧିମାନେ ସଂଗଠନ ରହୁଛନ୍ତି । ରାଜାଙ୍କ ହାଇଜ୍ୟାକ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ତାକୁ ନେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କାମ କରୁଛୁ । ସବୁ ବର୍ଗ ସବୁ ବ୍ୟକ୍ତିଙ୍କୁ ନେଇ କାମ ହେଉଛି ।
ଏଣେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି ହାଇଜ୍ୟାକ କଥା ସେ ଜାଣିଥିବେ । ହାଇଜ୍ୟାକ କଥା ସେ ବୁଝେଇ ପାରିବେ । ସେ ହାଇଜ୍ୟାକ କଥାଟା ବେଶି ଜାଣିଥିବେ। ତାଙ୍କର ସେ ବିଷୟରେ ଅଭିଜ୍ଞତା ଥିବ । ଆଗରୁ କିଏ ହାଇଜ୍ୟାକ କରି ଦେଇଛି କି ? ଆମେ ନଈ ନ ଦେଖୁଣୁ ଲଙ୍ଗଳା କାହିଁକି ହେବା । ରାଜା ସ୍ୱାଇଁ ଜଣେ ବରିଷ୍ଠ ନେତା ତାଙ୍କର ବହୁତ ଅଭିଜ୍ଞତା ରହିଛି । ହାଇଜ୍ୟାକ କଥା ଯଦି କଣ ସେ ଜାଣି ଥିବେ କି ସୂଚନା ପାଇଥିବେ ସେ ସେଇଟା କହି ପାରିବେ । ଆମେ ସଙ୍ଗଠନରେ ସମସ୍ତଙ୍କୁ ନେଇ ଚାଲୁଛୁ ।ସଂଗଠନରେ ସମସ୍ତଙ୍କୁ ଗୁରୁତ୍ୱ ଦିଆ ହୋଇ ଆସିଛି । ଆଞ୍ଚଳିକ ଦଳ ଭାବେ ଆମେ ସବୁ ସମ୍ପ୍ରଦାୟର ପ୍ରତିନିଧିମାନେ ସଂଗଠନ ରହୁଛନ୍ତି । ରାଜାଙ୍କ ହାଇଜ୍ୟାକ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ତାକୁ ନେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କାମ କରୁଛୁ । ସବୁ ବର୍ଗ ସବୁ ବ୍ୟକ୍ତିଙ୍କୁ ନେଇ କାମ ହେଉଛି ।