ଗୋପାଳପୁର ଠାରେ ଏଲଏନଜି ଟର୍ମିନାଲ ପାଇଁ ଓଡ଼ିଶା ଏବଂ ପେଟ୍ରୋନେଟ୍ ଏଲଏନଜି ଲିମିଟେଡ୍ ସହ ୨୩୦୬ କୋଟିର ଏମଓୟୁ ସ୍ଵାକ୍ଷରିତ ହୋଇଛି। ଓଡ଼ିଶାରେ ଏନଏନଜି କ୍ଷେତ୍ରକୁ ବିକଶିତ କରିବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସିଂହଭାଗ ଉଦ୍ୟମ ରହିଛି । ୨୦୧୪ରୁ କେନ୍ଦ୍ରମନ୍ତ୍ରୀ ହେବା ପରେ କ୍ରମାଗତ ଭାବେ ରାଜ୍ୟ ସରକାରଙ୍କ ସହ ଏଲଏନଜିର ବିକାଶ ପାଇଁ ସେ ଆଲୋଚନା କରିଆସୁଥିଲେ ।
ଶ୍ରୀ ପ୍ରଧାନଙ୍କ ଉଦ୍ୟମ ପାଇଁ ଧାମରା ଏଲଏନଜି ପ୍ରାଇଭେଟ ଲିମିଟେଡ୍(ଡ଼ିଏଲଟିପିଏଲ) ୫,୫୦୦ ହଜାର କୋଟି ଟଙ୍କା ବ୍ୟୟରେ ଧାମରା ବନ୍ଦର ପରିସରରେ ବାର୍ଷିକ 5 ମିଲିୟନ ମେଟ୍ରିକ୍ ଟନ୍ ବିଶିଷ୍ଟ ଏଲଏନଜି ରି-ଗ୍ୟାସିଫିକେସନ ଟର୍ମିନାଲକୁ ବିକଶିତ ହୋଇଛି । ବର୍ତ୍ତମାନ ଭାରତରେ ୭ଟି କାର୍ଯ୍ୟକ୍ଷମ ଏଲଏନଜି ଟର୍ମିନାଲ ରହିଛି, ଯାହାର କାର୍ଯ୍ୟକ୍ଷମ ପୁନଃ ଗ୍ୟାସିଫିକେସନ୍ କ୍ଷମତା ପ୍ରାୟ ୪୭.୭ ଏମଏମଟିପିଏ ରହିଛି । ପୂର୍ବ ଉପକୂଳରେ ତାମିଲନାଡୁ ଏନ୍ନୋର ପରେ ଓଡ଼ିଶାର ଧାମରା ଏବଂ ଏବେ ଗୋପାଳପୁର ତୃତୀୟ ଏଲଏନଜି ଟର୍ମିନାଲ ହେବା ଦ୍ୱାରା କେନ୍ଦ୍ରମନ୍ତ୍ରୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି । ପେଟ୍ରୋନେଟ୍ ଏଲଏନଜି ଓଡ଼ିଶାର ଗୋପାଳପୁର ଠାରେ ଭାରତର ପୂର୍ବ ଉପକୂଳରେ ୪ଏମଏମଟିପିଏ କ୍ଷମତା ଏବଂ ୨୩୦୬କୋଟି ଟଙ୍କା ବିନିଯୋଗ ସହିତ ଏହାର ପ୍ରଥମ ଏଲଏନଜି ଟର୍ମିନାଲ ବିକଶିତ କରୁଛି । ଗୋପାଳପୁରଠାରେ ଏଲଏନଜି ଟର୍ମିନାଲ ପ୍ରତିଷ୍ଠା ସମଗ୍ର ପୂର୍ବ ଭାରତକୁ ଶକ୍ତି ଉପଲବ୍ଧତା ପାଇଁ ସେବା ଯୋଗାଇବ ଏବଂ ଶକ୍ତି ନିରାପତ୍ତା ବୃଦ୍ଧି କରିବ ।
ଡବଲ ଇଞ୍ଜିନ ସରକାରରେ ଆଜି ଏମଓୟୁ ସ୍ୱାକ୍ଷରିତ ଦ୍ୱାରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ଓ ଗ୍ୟାସ କ୍ଷେତ୍ରରେ ତଥା ଓଡ଼ିଶାରେ ଉର୍ଜା କ୍ଷେତ୍ର ପାଇଁ ପ୍ରଥମରୁ କରିଥିବା ଉଦ୍ୟମ ଏକ ବିରାଟ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଯାଉଛି ।