Odia News Portal

ବୈଠକ ପରେ ବିଜେଡି ବରିଷ୍ଠଙ୍କ ବୟାନ : ନବୀନଙ୍କୁ ଦୁର୍ବଳ କଲେ ଛଡ଼ାଯିବନି

ୱାକଫ ବିଲକୁ ନେଇ ବିଜେଡିରେ କନ୍ଦଳ ଚାଲିଥିବା ବେଳେ ଏକାଠି ହେଲେ ବରିଷ୍ଠ ନେତା । ଭୁବନେଶ୍ବର ପଟିଆସ୍ଥିତି କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲରେ ହୋଇଥିଲେ  ମେଳି । ବୈଠକରେ ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା, ଅନଙ୍ଗ ଉଦୟ ସିଂଦେଓ, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବୈଠକ ଚାଲିଥିବା ବେଳେ ହୋଟେଲ ଭିତରକୁ ବାହାର ଲୋକଙ୍କୁ ବାରଣ କରାଯାଇଥିଲା । ତେବେ ବୈଠକ ପରେ ବଡ଼ ବୟାନ ରଖିଥିଲେ  ବରିଷ୍ଠ ନେତା । ନବୀନ ଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କଲେ ଛଡ଼ାଯିବନି ବୋଲି କହିଛନ୍ତି ଶଶିଭୂଷଣ ବେହେରା ।  ଗୋଟେ ପରେ ବିଜେଡିର ବରିଷ୍ଠ ନେତା ହୋଟେଲରେ ମେଳି କରିଥିବା ବେଳେ ଅନ୍ୟପଟେ ପ୍ରତାପ ଦେବଙ୍କ ଘରେ ଏକାଠି ହୋଇଛନ୍ତି ଅନ୍ୟ ଗୋଷ୍ଠୀର ନେତା  ।  

ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ,  ଅରୁଣ ସାହୁ,  ଦେବି ମିଶ୍ର  ଏବଂ  ପ୍ରଣବ ପ୍ରକାଶ ଦାସ ।  ଯାହାକୁ ନେଇ ଦଳରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି  ।  ଅନ୍ୟପଟେ ବିଜେଡିର ଯୁବ ନେତା ସନ୍ଧ୍ୟାରେ ନବୀନଙ୍କୁ ଭେଟିବେ । ଗତକାଲି ଅଂଶୁମାନଙ୍କ ଘରେ ମେଳି କରିଥିଲେ ବିଜେଡିର ଯୁବ ନେତା  । ଏଥିସହ  ନବୀନଙ୍କୁ ଚିଠି ଲେଖିଲେ ବିଜେଡି ଯୁବ ନେତା  ।  ୱାକଫ୍‌ ବିଲକୁ ବିରୋଧ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ କେଉଁମାନେ କାହିଁକି, କେଉଁ କାରଣରୁ ନିଷ୍ପତ୍ତିରୁ ବିଚ୍ୟୁତ ହେଲେ ବୋଲି ପ୍ରଶ୍ନ କରିଛନ୍ତି  ।  

ଏହି ଘଟଣା ସାରା ରାଜ୍ୟର ବିଜୁ ପ୍ରେମୀଙ୍କୁ ଆଘାତ ଦେଇଛି  ।  ମତଦାନକୁ ନେଇ ରାଜ୍ୟସଭାରେ ନେତା ବିଭାଜିତ ହେବା ସମସ୍ତଙ୍କୁ ହତବାକ କରିଥିବା ଚିଠିରେ ଲେଖିଛନ୍ତି ଯୁବନେତା  ।  ଘଟଣାର ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ସମ୍ବିତ ରାଉତରାୟ, ଚନ୍ଦ୍ରସାରଥୀ ବେହେରା, ଦେବୀ ରଂଜନ ତ୍ରିପାଠୀ, ପ୍ରଣବ ବଳବନ୍ତରାୟ ପ୍ରମୁଖ ଚିଠି ଲେଖି ବିଜେଡି ମୁଖିଆଙ୍କୁ  ଏଭଳି ପ୍ରଶ୍ନ କରିଛନ୍ତି ।  ଏଥିସହ ଜାତୀୟ ସ୍ତରରେ ବିଜେଡି ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେଡି କଳିକୁ ନେଇ ଦିଲ୍ଲୀରେ କମ୍ପନ ହୋଇଥିଲା  ।  

ଜାତୀୟ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ।  ବିଜେଡିରେ ସବୁ ଠିକ୍ ଠାକ ଥିବା କହିଛନ୍ତି । ସେପଟେ ପ୍ରଭାପ ତ୍ରିପାଠୀ ମଧ୍ୟ ସବୁ ଠିକ ଥିବା କହି ଦଳରେ ଥିବା ଫାଟକୁ ଠିକ କରିବା ପାଇଁ ଚେଷ୍ଟା କରିଛନ୍ତି  । ସେପଟେ ବରିଷ୍ଠଙ୍କ ବୈଠକ ଭିତରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିସ୍ପୋରକ ବୟାନ ।

କହିଲେ ବିଜେଡିରେ ଯୋଗ ଦେଇ ଥିବା ନୂଆ ନେତାଙ୍କୁ ଜଣା ନାହିଁ ଦଳର ଇତିହାସ  । ସେମାନେ ନବୀନ ବାବୁ ଏବଂ ବିଜୁ ବାବୁଙ୍କ ଆଦର୍ଶ ମଧ୍ୟ ଜାଣି ନାହାନ୍ତି । ସେମାନେ କାହା ଇଶାରାରେ  ପରିଚାଳିତ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦେବାଶିଷ  । ସ୍ବାଭିମାନ ନଥିବା ସ୍ବାର୍ଥବାଦୀ ମାନେ ଦଳର ନୁହଁ କି ଓଡ଼ିଶାର ନୁହଁ ବୋଲି କହିଛନ୍ତି ଦେବାଶିଷ  ।  ସେପଟେ ଦଳ ପରାଜୟ ପଛର କାରଣ ମଧ୍ୟ କହିଛନ୍ତି । ଓଡ଼ିଆ ଅସ୍ମିତା ପାଇଁ ଦଳ ହାରିଲା  । ଅସ୍ମିତା ରକ୍ଷା କରିବା ଆମ ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଦେବାଶିଷ ।