Odia News Portal

ଆତଙ୍କବାଦୀଙ୍କ ସମୂଳେ ବିନାଶ ପାଇଁ ଶାହଙ୍କ ରଣନୀତି

ନକ୍ସଲଙ୍କ ପରି ଆତଙ୍କବାଦୀଙ୍କ ସମୂଳେ ବିନାଶ ପାଇଁ ଶାହଙ୍କ ରଣନୀତି । ଛତିଶଗଡ଼ରେ ଶେଷ ନିଶ୍ବାସ ନେଉଥିବା ନକ୍ସଲଙ୍କୁ ଚେତାବନୀ ଶୁଣାଇବା ପରେ ୩ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଶାହ । ସୁରକ୍ଷା ବ୍ୟବସ୍ଥା ସହ ଜମ୍ମୁ କାଶ୍ମୀରର ବିକାଶ କାର୍ଯ୍ୟର ସମୀକ୍ଷା କରିବେ କେନ୍ଦ୍ର ଗୃହମନ୍ତ୍ରୀ । ଗତକାଲି ସଂଧ୍ୟାରେ ଜମ୍ମୁରେ ପହଞ୍ଚିବା ପରେ ବିମାନବନ୍ଦରରେ ଶାହଙ୍କୁ ଉପରାଜ୍ୟପାଳ ମନୋଜ ସିହ୍ନା ସ୍ବାଗତ କରିଥିଲେ । ଦଳୀୟ କର୍ମୀଙ୍କୁ ଭେଟିବା ସହ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଶାହ । ଆଜି ଆନ୍ତର୍ଜାତିକ ସୀମା ସ୍ଥିତି ସମୀକ୍ଷା ସହ ସୀମା ସୁରକ୍ଷା ବଳ ସହିତ ବୈଠକ କରିବେ କେନ୍ଦ୍ର ଗୃହମନ୍ତ୍ରୀ ।

ରାଜଭବନରେ ସହିଦ ପରିବାର ବର୍ଗଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି । ଗତ ୨୧ ମାର୍ଚ୍ଚରେ ଜମ୍ମୁ କାଶ୍ମୀର ସ୍ଥିତି ନେଇ ରାଜ୍ୟସଭାରେ ଉତ୍ତର ରଖିଥିଲେ ଶାହ । ୨୦୦୪ରୁ ୨୦୧୪ ମଧ୍ୟରେ ୭ ହଜାର ୨୧୭ଟି ଆତଙ୍କବାଦୀ ଘଟଣା ଘଟିଥିବାବେଳେ ୨୦୧୪ରୁ ୨୦୨୪ ମଧ୍ୟରେ ସଂଖ୍ୟା ହ୍ରାସ ପାଇ ୨ ହଜାର ୨୪୨ରେ ପହଞ୍ଚିଥିଲା । ୨୦୨୪ ପରେ ଗୋଟଏ ବି ପଥରମାଡ଼ ଘଟଣା ଘଟିନାହିଁ ।