ଅଧିକ କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର୍। ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ଉତ୍ତର ରଖି କହିଲେ ଆଇନମନ୍ତ୍ରୀ। ବିଧାନସଭାରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉତ୍ତର ରଖି କହିଛନ୍ତି, ବଲାଙ୍ଗୀର ଓ ଅବିଭକ୍ତ ସମ୍ବଲପୁର ଜିଲାରେ ରୋଗୀଙ୍କ ସଂଖ୍ୟା ବଢୁଛି। ଫସଲରେ ଅଧିକ କୀଟନାଶକ ବ୍ୟବହାର କରାଯାଉଛି। ଜମିର ଗୁଣବତ୍ତା ନଷ୍ଟ ହେଉଛି ଓ କ୍ୟାନସର୍ ଭଳି ରୋଗ ବ୍ୟାପୁଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିପାଇଁ ବଳଭଦ୍ର ଜୈବିକ ମିଶନକୁ ଗୁରୁତ୍ୱ ଦିଆଯାଉଛି। ଜୈବିକ ଚାଷ କ୍ଷେତ୍ରଫଳ ବୃଦ୍ଧି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ହରିଚନ୍ଦନ କହିଛନ୍ତି। ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ଉତ୍ତର ରଖିଲେ ଆଇନ ମନ୍ତ୍ରୀ।