ବର୍ଦ୍ଧିତ ଭତ୍ତା ପାଇଁ ପଞ୍ଚାୟତ ଆଗରେ ବୃଦ୍ଧ ବୃଦ୍ଧା । ୩ ମାସର ବର୍ଦ୍ଧିତ ୩୫ ଶହ ଟଙ୍କା ଭତ୍ତା ନଦେଲେ, ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଉଠିବୁ ନାହିଁ । ଏମିତି କିଛି ଜିଦ୍ ଧରି ବସିଥିଲେ ବାଲେଶ୍ଵର ଭୋଗରାଇ ବ୍ଲକ ଅଧୀନ ଶ୍ରଦ୍ଧାପୁର ପଞ୍ଚାୟତର ବୃଦ୍ଧବୃଦ୍ଧା। ଶେଷରେ ସରପଞ୍ଚଙ୍କ ସାନ୍ତ୍ୱନାମୂଳକ ପ୍ରତିଶ୍ରୁତି ପରେ ଘରକୁ ଫେରିଛନ୍ତି । ୮୦ବର୍ଷରୁ ଅଧିକ ବୃଦ୍ଧ ବୃଦ୍ଧାଙ୍କୁ ମାସିକ ୩୫ଶହ ଟଙ୍କା ଭତ୍ତା ପାଇଁ ସରକାର ଘୋଷଣା କରିଛନ୍ତି ।
ଜାନୁଆରୀ ମାସରୁ ବର୍ଦ୍ଧିତ ଟଙ୍କା ପ୍ରଦାନ ମଧ୍ୟ ଆରମ୍ଭ ହେଇଛି । ହେଲେ ଶ୍ରଦ୍ଧାପୁର ପଞ୍ଚାୟତର ୬୯ଜଣ ଯୋଗ୍ୟ ହିତାଧିକାରୀଙ୍କ ଆବଶ୍ୟକୀୟ ପ୍ରମାଣ ପତ୍ର ଦେଇଥିଲେ ସୁଦ୍ଧା ୩ମାସ ହେଲାଣି ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ପ୍ରଶାସନକୁ ବାରମ୍ବାର ଅବଗତ କରାଇବା ସହ ବାଲେଶ୍ବର ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି । ହେଲେ କିଛି ସୁଫଳ ମିଳୁନାହିଁ । ଫଳରେ ହିତାଧିକାରୀ ବାଧ୍ୟ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ।