Odia News Portal

ସସ୍‌ପେଣ୍ଡ ପରେ ଗର୍ଜିଲେ ତାରା, କହିଲେ ବାପାଙ୍କ ଚାକର

ବିଧାନସଭାରୁ ଆସିଛି ବଡ଼ ଖବର। ଗୃହରୁ ନିଲମ୍ବିତ ହୋଇଛନ୍ତି କଂଗ୍ରେସର ସବୁ ବିଧାୟକ। ମଙ୍ଗଳବାର କଂଗ୍ରେସର ୧୨ଜଣ ବିଧାୟକ ନିଲମ୍ବିତ ହୋଇଥିବାବେଳେ ଆଜି ଆଉ ୨ଜଣ ସସପେଣ୍ଡ ହୋଇଛନ୍ତି। କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନା ସସପେଣ୍ଡ ହୋଇଛନ୍ତି। ଗୃହରୁ ୭ ଦିନ ପାଇଁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି। ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ବିଧାୟକ ସସ୍ପେଣ୍ଡ। ବାଚସ୍ପତିଙ୍କ ତାଗିଦ ସତ୍ତ୍ବେ ଉଭୟ ବିଧାୟକ ଗୃହରେ ଘଣ୍ଟ ପିଟିଥିଲେ। ଗତକାଲି କଂଗ୍ରେସର ୧୨ ବିଧାୟକ ଓ ଆଜି ୨ ବିଧାୟକ ସସ୍ପେଣ୍ଡ ହୋଇଛନ୍ତି। ବର୍ତ୍ତମାନ ବିଧାନସଭାରୁ କଂଗ୍ରେସର ସମସ୍ତ ୧୪ ବିଧାୟକ ନିଲମ୍ବିତ ହୋଇଛନ୍ତି।

ତେବେ ସସପେଣ୍ଡ ପରେ ବିଧାନସଭା ବାହାରେ ଗର୍ଜିଛନ୍ତି ତାରା। ସେ କହିଛନ୍ତି, ଏ ରାଜ୍ୟରେ ନ୍ୟାୟ ବୋଲି କିଛି ନାହିଁ । ବିଧାନସଭା ଗେଟରେ ୩ ଟା ତାଲା ପକାଇଛନ୍ତି । ସରକାରଙ୍କ ବାପାଙ୍କ ଚାକର ଭଳି ବ୍ୟବହାର କରୁଛନ୍ତି। ଆମ ଆଦମୀର ସରକାର ନୁହେଁ ବିଧାୟକଙ୍କୁ ମାଡ ମାରୁଛନ୍ତି। ଏ ରାଜ୍ୟରେ ନ୍ୟାୟ ବୋଲି କିଛିନାହିଁ। ବିଧାୟକମାନେ ବିଧାନସଭାକୁ ଯିବା ଉଚିତ। ହେଲେ ବିଧାୟକଙ୍କୁ ଭିତରକୁ ନ ଛାଡି ଏମାନେ ଅନ୍ୟାୟ କରୁଛନ୍ତି।