ଗୁଣି ଗାରେଡ଼ିରୁ ଗଡ଼ିଲା ୩ ମୁଣ୍ଡ । ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଞ୍ଚଳରେ ଅନ୍ଧ ବିଶ୍ଵାସରୁ ୩ ଜଣଙ୍କୁ ହତ୍ୟା କରାଯାଇଛି । ତିନି ତିନି ଜଣଙ୍କୁ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ ଖାରିପଲ୍ଲୀ ଗାଁରେ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ମଙ୍ଗଳବାର ଗୁଣି ଗାରେଡ଼ି ସନ୍ଦେହରେ ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ୨ ଗୋଷ୍ଠୀ ମଧ୍ୟରେ ହଣାକଟାରେ ବାପପୁଅ ସମତେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଗୋଷ୍ଠୀର ବାପପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୋଷ୍ଠୀର ୪ ଜଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଧରାକୋଟ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି ।
ଖାରିପଲ୍ଲୀ ଗାଁରେ ୩ ଜଣଙ୍କୁ ହତ୍ୟା ପରେ ଉତ୍ତେଜନା ଲାଗି ରହିଛି । ଗାଁରେ ଉତ୍ତେଜନାକୁ ଦେଖି ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ପୋଲିସ କହିଛି । ଗାଁରେ ପୋଲିସ ସହ ସାଇଣ୍ଟିଫିକ୍ ପହଞ୍ଚି ତଦନ୍ତ କରୁଛି ।