ମାର୍ଚ୍ଚ ୧ରୁ ଗୃହପାଳିତ ପ୍ରାଣୀଙ୍କୁ ମାଗଣା ଚିକିତ୍ସା କରାଯିବ । ଗାଇ, ବଳଦ , ମଇଁଷି ଓ ଛେଳିଙ୍କୁ ମିଳିବ ମାଗଣା ଚିକିତ୍ସା । ଚିକିତ୍ସା ଓ ଟିକାକରଣ ଉପରୁ ୟୁଜର୍ସ ଫି ଛାଡ କରାଯାଇଛି । ଏନେଇ ଘୋଷଣା କରିଛନ୍ତି ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ । ପ୍ରାଣୀ ସମ୍ପଦର ସୁରକ୍ଷାକୁ ପ୍ରାଥମିକତା ଦେଇ ଏଭଳି ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।