କଂଗ୍ରେସର ମିଶନ ଘର ସଜଡା । ନୂଆ ପିସିସି ସଭାପତି ଚୟନ ପରେ ପୁରା କଂଗ୍ରେସ କ୍ୟାମ୍ପରେ ହଲ୍ଚଲ୍ । ପ୍ରଥମେ ଦଳରୁ ବହିଷ୍କୃତ ଏବଂ ଦଳ ଛାଡିଥିବା ନେତାଙ୍କୁ ଘରବାହୁଡ଼ା ପାଇଁ ଅନୁରୋଧ କରାଗଲା । ପରେ ଭୁବନେଶ୍ୱରୁ ପୁରୀ ଯାଏଁ ଆରମ୍ଭ ହେଲା ସଂକଳ୍ପ ପଦଯାତ୍ରା । ଆଉ ଏବେ ଦଳ ଏବଂ ବିଧାୟକଙ୍କ ମଧ୍ୟରେ ସମନ୍ୱୟ ନେଇ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।
ରାଜ୍ୟରେ କଂଗ୍ରେସ ଭବନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ରାଜ୍ୟର ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିବା ଅଜୟ ଲଲ୍ଲୁ ମଧ୍ୟ ସାମିଲ ହୋଇଛନ୍ତି । ବାକି ବୈଠକରେ ଦଳର ସମସ୍ତ ବିଧାୟକ ଉପସ୍ଥିତ ରହିଛନ୍ତି । ଆଗାମୀ ଦିନରେ କିପରି ଦଳ ଓ ବିଧାୟକଙ୍କ ମଧ୍ୟରେ ସମନ୍ୱୟ ରହିପାରିବ । ସେନେଇ ବୈଠକରେ ଆଲୋଚନା ଚାଲିଛି ।
ସୂଚନାଯୋଗ୍ୟ ଯେ, ୨୦୨୪ ବିଧାନସଭା ନିର୍ବାଚନରେ କଂଗ୍ରେସ ମାତ୍ର ୧୪ଟି ସିଟ୍ରେ ହିଁ ବିଜୟୀ ହୋଇଥିଲା । ଯାହାପରେ ଦିଲ୍ଲୀ ନେତୃତ୍ୱ ରାଜ୍ୟର ସମସ୍ତ ସଂଗଠନକୁ ଭଙ୍ଗ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପିରିକି ଦୀର୍ଘ ମାସ ଧରି ରାଜ୍ୟରେ ମୁରବି ବିନା ଚାଲିଥିଲା କଂଗ୍ରେସ । ଶେଷରେ ଦିଲ୍ଲୀ ନେତ୍ୃତ୍ୱ ରାଜ୍ୟରେ ନୂଆ ପିସିସି ସଭାପତି ନିଯୁକ୍ତ କରିଥିଲେ । ରାଜ୍ୟର ବରିଷ୍ଠ ତଥା ପୂର୍ବତନ ସାଂସଦ ଭକ୍ତ ଦାସଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି l