ନୂଆପଡ଼ା କୋମନା ଥାନା କେନ୍ଦୁଭଟା ଗାଁରେ ଅବକାରୀ ବିଭାଗର ଚଢ଼ାଉ । ୧୩ କ୍ବିଣ୍ଟାଲ ୨୬ କେଜି ଗଞ୍ଜେଇ ସହ ପିକ୍ଅପ ଭ୍ୟାନ୍ ଜବତ। ତେବେ ଅବକାରୀ ଟିମ୍କୁ ଦେଖି ଗଞ୍ଜେଇ ବ୍ୟବସାୟୀ, ଗାଡ଼ି ମାଲିକ ଏବଂ ଡ୍ରାଇଭାର ଫେରାର ହୋଇଯାଇଛନ୍ତି । ନୂଆପଡ଼ା ଅବକାରୀ ଅଧୀକ୍ଷିକା ସଂଘମିତ୍ରା ପ୍ରଧାନଙ୍କ ନିର୍ଦ୍ଦେଶ ପରେ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା । ଅବକାରୀ ବିଭାଗ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ କନ୍ଧମାଳ ଜିଲ୍ଲାରେ ଜୋରଦାର ହୋଇଛି ଗଞ୍ଜେଇ ଧରପଗଡ଼ ଅଭିଯାନ । ଜିଲ୍ଲା ପୋଲିସ ପକ୍ଷରୁ ୫ଟି ଟିମ୍ ଗଠନ କରି ୫ଟି ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଛି । ପ୍ରାୟ ୧୦ ହାଜର ୮୫୨ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୫୦ କୋଟିରୁ ଅଧିକ ଟଙ୍କା ହେବ। ଏହି ଧରପଗଡ ଅଭିଯାନ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କହିଛନ୍ତି କନ୍ଧମାଳ ଏସ୍ପି ।