କେବେ ହେବ ବିଜେପିର ସଭାପତି ନିର୍ବାଚନ? କେବେ ନୂଆ ମୁଖିଆ ପାଇବ ଭାରତୀୟ ଜନତା ପାର୍ଟି? ଏଭଳି କିଛି ପ୍ରଶ୍ନ ଭିତରେ ଆଜି ବସିଛି ବିଜେପି କୋର୍ କମିଟି ବୈଠକ । ଆଉ ଏହି ବୈଠକ ପରେ ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, ଏହି କୋର୍ କମିଟି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ । ତେବେ ଖୁବଶୀଘ୍ର ରାଜ୍ୟ ବିଜେପି ସଭାପତି ଚୟନ ହେବ। ରାଜ୍ୟ ସଭାପତି ନିର୍ବାଚନ ଦାୟିତ୍ୱରେ ଥିବା ସଞ୍ଜୟ ଜୟସ୍ୱାଲ ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ। ବିଜେପିର କିଏ ରାଜ୍ୟ ସଭାପତି ହେବ, ତାକୁ ନେଇ କେନ୍ଦ୍ରୀୟ ନେତୃତ୍ୱ ସମେତ ଦଳୀୟ ନେତାଙ୍କ ସହ ବିଚାରବିମର୍ଶ କରି ନିଷ୍ପତ୍ତି ହେବ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ଜାଣିରଖିବା ଉଚିତ୍ ଯେ, କଣ୍ଟ ପୁରିଥିଲେ ବି, ଏଯାଏଁ ନୂଆ ମୁଖିଆ ପାଇପାରିନି ଗେରୁଆ ଦଳ । ଓଡ଼ିଶାରେ ଏଥର କିଏ ଦଳର ମଙ୍ଗ ଧରିବ ତାହା ଏଯାଏଁ ସ୍ପଷ୍ଟ ହୋଇପାରିନି । ଖାସ୍ କରି ମନମୋହନ ସାମଲ ରିପିଟ୍ ହେବେ, ନା ଆଉ କିଏ ନୂଆ ଚେହେରା ସାମ୍ନାକୁ ଆସିବେ, ତାହା ସବୁଠୁ ବଡ଼ ପ୍ରଶ୍ନ । ଆଉ ଏହାରି ଭିତରେ ଦଳୀୟ ନିର୍ବାଚନ ଦାୟିତ୍ୱରେ ଥିବା ସାଂସଦ ପ୍ରତାପ ଷଡଙ୍ଗୀ ଦେଇଛନ୍ତି କିଛି ଏଭଳି ପ୍ରତିକ୍ରିୟା ।