Odia News Portal

ଭିଜିଲାନ୍ସ ଜାଲରେ ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ

ସୁନ୍ଦରଗଡ଼ ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ ଭିଜିଲାନ୍ସ ଜାଲରେ  ଧରାପଡ଼ିଛନ୍ତି। ତାଙ୍କର ବିଭିନ୍ନ ସମ୍ପତ୍ତିରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି । ତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି। ଏନେଇ ଏକକାଳୀନ ୭ଟି ସ୍ଥାନରେ ଚଢଉ କରାଯାଉଛି ।

ଭୁବନେଶ୍ବର ଓଲ୍ଡ ଟାଉନ ସ୍ଥିତ ଶ୍ରୀରାମ ନଗରରେ ପ୍ଲଟ ନମ୍ବର ୧୮୧୩/୩୯୪୧, ମୌଜା-ୟୁନିଟ୍-୨୭ରେ ତାଙ୍କର ଦୁଇ ମହଲା ବିଶିଷ୍ଟ ଘର, ଲକ୍ଷ୍ମୀସାଗର ସ୍ଥିତ ଫ୍ଲାଟ୍ ନମ୍ବର ୩୦୪, ତୃତୀୟ ମହଲା, ଭଗବାନ ଟାୱାରରେ ଚଢଉ ଜାରି ରହିଛି।

ଖାରବେଳନଗର ସ୍ଥିତ ଆପାର୍ଟମେଣ୍ଟ ଫ୍ଲାଟ୍ ନମ୍ବର ୪୦୨, ଚତୁର୍ଥ ମହଲା, ଇଭିଓଏସ ଗାଲାକ୍ସି, ୟୁନିଟ୍ ୩ , ବାଲେଶ୍ବର ସୁକୁମାର ନାୟକ ଆପାର୍ଟମେଣ୍ଟ, ଫ୍ଲାଟ୍ ନମ୍ବର ୩୦୨, ଏସ୍. ଏନ୍. ସେନ୍ ରୋଡ୍ ସ୍ଥିତ ଆପାର୍ଟମେଣ୍ଟ, ଯାଜପୁର ଟାଉନ ସ୍ଥିତ ସମ୍ପର୍କୀୟଙ୍କ ଘର, ବଣାଇ ସ୍ଥିତ ଅଫିସ୍ ଓ ସରକାରୀ ଆବାସରେ ଏକକାଳୀନ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ ଜାରି ରହିଛି।