Odia News Portal

 ଏଣିକି ଟ୍ରେନ୍‌ ଟିକେଟ୍‌ ଦାମରେ ପ୍ଲେନ ଯାତ୍ରା 

ଜାନୁଆରୀ ମାସରେ ପ୍ରାୟ ସମସ୍ତଙ୍କର ଗୋଟିଏ ଇଚ୍ଛାଥାଏ କି ସେମାନେ କେମିତି ବୁଲାବୁଲି କରିବେ । ସାଧାରଣତଃ ଡିସେମ୍ବର ଓ ଜାନୁଆରୀରେ ଅଧିକ ମାତ୍ରାରେ ପର୍ଯ୍ୟଟକ ବୁଲାବୁଲି କରନ୍ତି । ଦୂରସ୍ଥାନକୁ ଯାତ୍ରା କରିବାକୁ ଇଚ୍ଛୁକ ଥିବା ପର୍ଯ୍ୟଟକ ଟ୍ରେନ୍‌ରେ ସଫର କରିବାକୁ ବି ଚେଷ୍ଟା କରନ୍ତି । କାରଣ ଟ୍ରେନ୍‌ ଟିକେଟ୍‌ର ଦାମ ମଧ୍ୟବିତ୍ତଙ୍କ ଲାଗି ଦେୟ । ହେଲେ ଯଦି ଟ୍ରେନ୍‌ ଟିକଟ ଦାମ୍‌ରେ ଆପଣ ପ୍ଲେନ୍‌ରେ ଯାତ୍ରା କରିପାରନ୍ତି, ତାହାଲେ କେମିତି ହେବ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ଏବେ ଏମିତି କିଛି ଅଫର ଦିଆଯାଇଛି । ଯାହାକୁ ନେଇ ଚର୍ଚ୍ଚା ଚାଲିଛି ।

କମ୍‌ ଟଙ୍କାରେ ଯାତ୍ରୀ କରିବେ ଯାତ୍ରା

ପ୍ରତିବର୍ଷ ଇଣ୍ଡିଗୋ ବିମାନ କିଛି ନା କିଛି ଅଫର ଯାତ୍ରୀଙ୍କ ଲାଗି ଘୋଷଣା କରିଥାଏ । ଏହି ଅଫର ସମୟରେ ଯାତ୍ରୀମାନେ କମ ଦାମରେ ଟିକଟ କିଣି ଯାତ୍ରା କରନ୍ତି । ତେଣୁ ଏଥର ମଧ୍ୟ କମ୍ପାନୀ ପକ୍ଷରୁ ଏହି ଅଫର ଜାରି କରାଯାଇଛି । ଇଣ୍ଡିଗୋ ପକ୍ଷରୁ ଦିଆଯାଇଥିବା ଅଫରରେ କୁହାଯାଇଛି କି, ଟ୍ରେନର ସେକେଣ୍ଡ ଏସିରେ ଯିବାକୁ ହେଲେ ଯେତିକି ଟଙ୍କା ଦେବାକୁ ପଡ଼େ ସେତିକି ଟଙ୍କାରେ ପ୍ଲେନରେ ଆପଣ ଯାତ୍ରା କରିପାରିବେ । ଆଉ ରେଲୱେର ଫ୍ଲାଷ୍ଟକ୍ଲାସ ଏସି ଟିକେଟ୍‌ର ଦାମରେ ବିଦେଶ ବୁଲିପାରିବେ ଯାତ୍ରୀ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ମାତ୍ର ୧୪୯୯ ଟଙ୍କାରେ ଇଣ୍ଡିଗୋ ନିଜର ଟିକଟ ଯାତ୍ରୀଙ୍କ ଲାଗି ଉପଲବ୍ଧ କରିଛି । ତେଣୁ ଆପଣ ଯେଉଁଠାରେ ବି ଥାଆନ୍ତୁ ନା କାହିଁକି ପ୍ଲେନର ଟିକଟ ସହଜରେ କରିପାରିବେ । 

ଦେଶ ସହ ବିଦେଶ ଟିକଟରେ ମିଳୁଛି ରିହାତି

କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କେବଳ ଦେଶ ନୁହେଁ ବରଂ ବିଦେଶ ଯିବା ଲାଗି ଏହି ଟିକଟରେ ରିହାତି ଦିଆଯାଉଛି । ୪ ହଜାର ୯୯୯ ଟଙ୍କାରେ ଆପଣ ବିଦେଶ ଭ୍ରମଣ ଲାଗି ଟିକଟ କରିପାରିବେ । ହେଲେ ଏହି ଅଫର ସୀମିତ ସମୟ ପର୍ଯ୍ୟନ୍ତ ରହିଛି । ଜାନୁଆରୀ ୨୬ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଟିକଟ ରିହାତିର ଶେଷ ଦିନ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । କିନ୍ତୁ କାଲି ଟିକଟ କଲେ ବି ଆସନ୍ତା ୧୫ ଦିନ ଭିତରେ ଆପଣ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ । 

ଏକ୍ସଟ୍ରା ସାମଗ୍ରୀ ଉପରେ ବମ୍ପର ଅଫର

ଯେବେ ବିମାନରେ ଯାତ୍ରା କରନ୍ତି ଯାତ୍ରୀ ସେମାନେ ମନଇଚ୍ଛା ସାମଗ୍ରୀ ନେଇପାରିବେ ନାହିଁ । ପୂର୍ବରୁ ଯାତ୍ରୀ ପିଛା ୧୫ କିଲୋ ଓଜନର ସାମଗ୍ରୀ ନେବାକୁ ଅନୁମତି ଥିବା ବେଳେ ଏବେ ତାହା ଆହୁରି କମିଯାଇଛି । ତେଣୁ ଏବେ ଯଦି ଆପଣ ନିର୍ଦ୍ଧାରିତ ଓଜନଠାରୁ ଅଧିକ ସାମଗ୍ରୀ ନେଉଛନ୍ତି ତେବେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଆପଣ ରିହାତି ପାଇପାରିବେ । ତେବେ ଏହି ରିହାତି କେବଳ ୧୫, ୨୦ ଓ ୩୦ କିଲୋ ଓଜନ ବ୍ୟାଗ ଉପରେ ଉପଲବ୍ଧ ହେବ । 

ଖାଇବା ଉପରେ ବି ମିଳିବ ବିଶେଷ ରିହାତି

ସାଧାରଣତଃ ବିମାନରେ ଯାତ୍ରା କଲେ ଯାତ୍ରୀଙ୍କୁ ମିଳୁଥିବା ଖାଦ୍ୟ ଅଧିକ ଦର ଥାଏ । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳେ । ହେଲେ ଏଥର କମ୍ପାନୀ ପକ୍ଷରୁ ଖାଇବା ଉପରେ ବି ରିହାତି ମିଳୁଛି । ଯେଉଁମାନେ ଖାଇବା ଅର୍ଡର କରିବେ ସେମାନଙ୍କୁ ୩୦ ପ୍ରତିଶତ ରିହାତି ମିଳିବ ବୋଲି କୁହାଯାଇଛି । ମୋଟ୍‌ ଉପରେ ବିମାନ କମ୍ପାନୀ ଏମିତି ବମ୍ପର ଅଫର ଦେଇଥିବାରୁ ଯାତ୍ରୀମାନେ ବି ବେଶ ଖୁସ ଅଛନ୍ତି ।